
ଦିଶୁଅଛି କେଡେ ସୁ ମନୋହର ।
ବାସନାରେ ତାଙ୍କ ଅକୃଷ୍ଠ ହୋଇଣ
ଚାଲି ଆସିଥାନ୍ତି କେତେ ଭଅଁର ।।
ରୂପ ରଙ୍ଗରେ ତା'ର ତୁଳନା ନାହିଁ
ନାଲି ହଳଦିଆ ଭଳିକି ଭଳି ।
ବଡ଼ ଠାରୁ ସାନ ସମସ୍ତେ ନିରେଖି
ଦୁଃଖକୁ ନିଜର ଯାଆନ୍ତି ଭୁଲି ।।
ଯୋଗୀ ଭୋଗୀ ସବୁ ଆଦରି ନିଅନ୍ତି
ନିଜ କାମ ପୁରା କରିବା ପାଇଁ ।
ସରାଗେ ବଗିଚା ତିଆରି କରନ୍ତି
ସର୍ବଦା ଅମଳ କରିବା ପାଇଁ ।।
ଦେହ ମୁହଁ ତାର ଦିଶେ ନିରିମଳ
ପତର ମଧ୍ୟରେ ଥାଇ ସୁଢଳ ।
ପାଖର ଲୋକଙ୍କୁ ସରାଗେ କହୁଛି
ନିଅ ବନେଇବ ସୁଂଦର ମାଳ ।।
ଫୁଲ ଠାରୁ ଆମେ ସମସ୍ତେ ଶିଖିବା
ଦାନ କାଲିଆଣ ସେବାର କଥା ।
ସଭିଙ୍କ ସାଥିରେ ମିଳିମିଶି ରହି
ବାଣ୍ଟିବା ଆନନ୍ଦ ସୁଂଦର ବାର୍ତ୍ତା ।।
ରୁଦ୍ରରୂପା ଵ୍ରହ୍ମା, ୫ମ ଶ୍ରେଣୀ
ପିତା- ଶ୍ରୀ ରଞ୍ଜନ କୁମାର ଵ୍ରହ୍ମା, ଶିକ୍ଷକ
ହାଇସ୍କୁଲ ସାହି , ଚିକିଟୀ ଗଡ଼, ଗଞ୍ଜାମ
ପିନ୍ - 761010, ଓଡିଶା ।
0 Comments
You can write now your valuable comments here. Off-topic comments may be removed or deleted without prior notice.