ଶୀତ ଆସିବ ବୋଲି - କୁମୁଦ ଚନ୍ଦ୍ର ଦଳେଇ

0

ଶୀତ ଆସିବ ବୋଲି
ଧୂସରିଆ ପକ୍ଵ ଶସ୍ୟ କ୍ଷେତ ଦେଖି
ମୌସୁମି ର ଭସା ବାଦଲ ଟା
ପଛକୁ ନ ଚାହିଁ
ହାତ ଠାରି ବିଦାୟ ମାଗି ଲାଣୀ
ଫେରି ଯିବ ନିଜ ଗନ୍ତବ୍ୟ ପଥରେ....
ଶୀତ ଆସିବ ବୋଲି
ପାର୍ବଣର ନିର୍ମଳ ଆକାଶ ରେ
ସବିତା ଓ ଶଶାଙ୍କ ଙ୍କୁ ଦେଖି
ସରୋବରେ କୁରୁ କୁରୁ  ହସିଲେଣି
କୁମୁଦ, କମଳେ
ସମୀର ର ତାଳେ ତାଳେ
କ୍ରୀଡା ରଚିବାକୁ
ଦିବସ ଶର୍ବରୀ ନିଜ ନିଜ ପ୍ରିୟ ତମ ସାଥେ ..
ଶୀତ ଆସିବ ବୋଲି
ବସୁନ୍ଧରା ନିଜକୁ ସଜେଇ ହେଲାଣି
ପୁଷ୍ପ ରାଗରାଗୀଣି ର
ଅନିନ୍ଦ୍ୟ ସୁନ୍ଦରୀ ବେଶରେ
ଆମୋଦିତ କରାଇବା ସର୍ବେ
ଝରା ଶେଫାଳିର
 ସୁ ମଧୁର ମହକରେ
ପାଇବାକୁ ଶୀତଳ ପରଶ ବକ୍ଷରେ ତାହାର...
ଶୀତ ଆସିବ ବୋଲି
ସଜ ବାଜ ହୋଇଗଲେଣି
 ମର୍ତ୍ତ୍ୟ ପୁରବାସୀ
ଶୀତ ବସ୍ତ୍ରେ ଆଚ୍ଛାଦିତ କରାଇବେ
ଆପଦ ମସ୍ତକ  ଯୁଝିବାକୁ
ସମୀରଣ ଜ୍ୱାଳା
ପ୍ରତିହତ କରାଇବେ ପ୍ରକୃତି ର ଦାଉ...
ଶୀତ ଆସିବ ବୋଲି
ପଲ୍ଲବିତ ବୃକ୍ଷ ରାଜି
ନିଜକୁ ସଜାଗ କଲେଣି
ହୋଇ ପତ୍ର ଚ୍ୟୁତ
ସଜାଇବେ କାଙ୍ଗାଳ ର ବେଶ
ପୁଣି ପାଇବେ ନବ ଜୀବନ
ରୁତୁ ରଜ ବସନ୍ତର ମଧୁର ପରଶେ....

Kumuda chandra Dalei 

Post a Comment

0Comments
Post a Comment (0)