ଆଜି ମୁଁ ସେଇ ରଜନୀ
ଅନ୍ଧାର ଅମାବାସ୍ୟା ର କରୁଣ କାହାଣୀ.....

ନାହିଁ ଚନ୍ଦ୍ରମା ର ଶୀତଳତା , ଅଛି ମନେ ଜ୍ୱାଳା
ଉପାୟ ନାହିଁ ଉପଶମତା, ଘୋରିଛି ନିସ୍ତବ୍ଧତା
ଆଜି ମୁଁ ସେଇ ରଜନୀ......

ମନୋଜା ସାଜିଛି ପ୍ରସ୍ଥର , ନାହିଁ ତାର ଉତ୍ତର
କେହି ନୁହେଁ ତାହାର , ହୋଇ ନାହିଁ କାହାର
ଆଜି ମୁଁ ସେଇ ରଜନୀ.....

କ୍ଷଣିକ ସମୟ , ବୋଧେ ଅପବ୍ୟୟ
ହରାଇଛି ଲୟ , ଶିଥିଳ ହୋଇଛି କାୟ
ଆଜି ମୁଁ ସେଇ ରଜନୀ.....

ଭ୍ରମର ଯେ ମଧୁଷୋସି ,ଉଡ଼ିଗଲା ହୋଇ ଖୁସି
ସାକ୍ଷୀ ଶପ୍ତର୍ଷି , ନିରେ ମୀନ ଜାଲେ କଣ୍ଟା ବନିସୀ.......
ଆଜି ମୁଁ ସେଇ ରଜନୀ......

ପଶ୍ଚାତପ ର ସମୟ , ହୋଇଉଠିଛି ଅଥୟ
ତଥାପି ଅପେକ୍ଷା ରେସମୟ , ସତ୍ୟ ର ହେବ ବିଜୟ
ଆଜି ମୁଁ ସେଇ ରଜନୀ......

ପଡିଛି କନା , ଲିଭିଯାଇଛି କର୍ପୁର ସିନା
ଥରୁଟିଏ ପଛକୁ ଅନା , ପଦିଏ ଶବଦ କୁହନା
ଆଜି ମୁଁ ସେଇ ରଜନୀ.......

କାଳ ର କରାଳ ଗତି ରେ , ବିଲୀନ ନିଶ୍ଚେ ହେବିରେ
ସ୍ମୃତି ଯେ ଅପୂର୍ଣ୍ଣ ଅଚିରେ , ମୁକ୍ତାକାଶ ର ଶୂନ୍ୟ ଶୂନ୍ୟତାରେ
ଆଜି ମୁଁ ସେଇ ରଜନୀ......

ଲଷ୍ମୀକାନ୍ତ ମାଝୀ
ଉମରକୋଟ, ନବରଙ୍ଗପୁର, ଓଡିଶା