ମୋ' ପ୍ରିୟାର ଘର ନଈ ଆରପାରି
ପାହାଡ଼ ପାଦକୁ ଛୁଏଁ,
ବଣରୁ ଝରଣା ସଧୀରେ ବହଇ
ପ୍ରୀତି ଟିକେ ନେବା ପାଇଁ ।
ଗୀତ ଗାଇ ଗାଇ ଉଲ୍ଲାସେ କହଇ
ଲାଜକୁଳୀ ଲତା ସିଏ,
ଅଳସୀ ତଟିନୀ ସକାଳୁ କାହିଁକି
ମୋ' ପ୍ରୀୟାକୁ ଦେଖୁଥାଏ ।
ଖଷଡ଼ା ପଥର ଚାହିଁ ବସିଅଛି
ତା' ପାଦ ଛୁଇଁବ ଯାଇ,
ଦେହ ସାରା ତା'ର ନଈ ଜଳ ଛିଟ
ହୀରା ସମ ଦିଶୁଥାଇ ।
ଅତର ଅତର ଜଳ ବାସୁଅଛି
ସୂରୁଯ ଆସିଲେ ଧାଇଁ,
କିଏ ତୁମେ ସହୀ ନବହେମଦ୍ଯୁତୀ
କିରଣେ ଝଟକୁ ଯାଇ ।
ଖଗଦଳ ଦଳ କରିଲେ ସ୍ବାଗତ
ଚଞ୍ଚଳାନେତ୍ରାକୁ ଚାହିଁ,
ନଈପଠା ପୁଷ୍ପ ଝାଉଁଳୀ ଗଲେଣି
ଇର୍ଷାନଳେ ଝାସପାଇ ।
କଢ଼ି ଫୁଟି କାହିଁ ହସି ଦେଉଛନ୍ତି
ପଲ୍ଲବୀ ଗହଳେ ରହି,
ଜଟିଳା କୁଟିଳା ତରୁ ଲତା ହେଲେ
ଦୁବେ ଶୋଭା ପାଉ ତୁହିଁ ।
ମଧୁଜା ସକାଳେ ମଧୁମାଖି ହୁଏ
ଉର୍ବୀ ତନୁ ତନୂ କଟି,
ଧରଣୀ ସରଣୀ ତଟିନୀରେ ଯୋଷା
ପ୍ରିୟା (ମୋ) ନୀଳବସ୍ତ୍ରା ସଖୀ ।
0 Comments
You can write now your valuable comments here. Off-topic comments may be removed or deleted without prior notice.