ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର
ଦର୍ଶନ ମିଳେନି ଯେବେ ନଲାଗିଛି ଡୋର
ଏମିତିକା ଦିବ୍ୟ ଶକ୍ତି ସେହି କଳାକାର
ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର ।।

ସେହି ବିଶ୍ଵାସରେ ପରା ଧ୍ରୁବ, ପ୍ରହଲ୍ଲାଦ
ଦର୍ଶନ କରିଲେ ହେଳେ ବିଭୁ ପଦ୍ମପାଦ
ଅନନ୍ତ ବ୍ରହ୍ମାଣ୍ଡ ନାଥ,,ସେ , ପରମ ଈଶ୍ଵର
ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର ।।

ବିଶ୍ଵାସ ରେ ପଶୁ,ପକ୍ଷୀ ପାଇଲେ ପରଶ
କରୀ, ହରିଣୀ,ଲଭିଲେ ତାଙ୍କରି ଆଶିଷ
ଭରତିଆ ଶାବକ କୁ କରିଲେ ଉଦ୍ଧାର
ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର ।।

ହନୁମନ୍ତ ଲଂଘିଗଲେ ସପତ ସାଗର
ବିଶ୍ଵାସେ ପାଞ୍ଚାଳୀ,ମୀରା, ଦେବକୀ ଆବର
ବିଶ୍ଵାସରେ ତରିଗଲେ ସୁଦାମା,ବିଦୁର
ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର ।।

ସେହି ବିଶ୍ଵାସରେ ଉଦେ ସୂର୍ଯ୍ୟ,ତାରା,ଜହ୍ନ
ଝରଇ ବରଷା ବହେ ମଳୟ ପବନ
ତାବିନା ନହେଲେ ପତ୍ର ସେତ ପରାତ୍ପର
ବିଶ୍ଵାସେ ମିଳଇ ହରି ତର୍କେ ବହୁଦୂର ।।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା,  ଦୂରଭାଷ :