
ଆତସବାଜିରେ ଝଲସେ ଆକାଶ
ରାତ୍ର ଉଜାଗରେ ରହି
ପ୍ରେମ ବଣ୍ଟାବଣ୍ଟି ହେଉଛି ମୋ'ଦେଶ
ଶତ୍ରୁତା ପଛେ ପକାଇ ।।
ଦୁଃଖ ବିଡମ୍ବନା ଏ'ଓଡ଼ିଆ ଜାତିକି
ନ'ଜାଣେ ଓଡ଼ିଆ(ନୂଆ)ବର୍ଷ
ଜାଣି ଜଣାଏନି ପାଳେନି ଏହାକୁ
ଝାପ୍ସା ପଡ଼ିଯାଏ ହର୍ଷ ।।
ଯେତେ ଆଡମ୍ବର ବୟାନ କରୁଛି
ନିର୍ଣ୍ଣାୟକ କ୍ୟାଲେଣ୍ଡର
ଓଡ଼ିଆ ସଂସ୍କୃତିର ପଣା ସଂକ୍ରାନ୍ତି
ପାଳ ହୋଇ ନିଷ୍ଠାପର ।।
ଅନ୍ତଃସ୍ବରୁ ଆଜି ସ୍ପୁରିତ ହେଉଛି
ଅଭିନନ୍ଦନର ବର୍ଷା
ଏ'ଟୋଣ୍ଟି ଟୋଣ୍ଟିର ଚୌକା-ଛକା ଦେଖି
ମୋ'ଓଡ଼ିଆ ମନରେ ଇର୍ଷା ।।
ସଚେତନ ଧର୍ମୀ ନୈତିକ ସମାଜେ
ବିତର୍କର ମୂଲ୍ୟାୟନ
ତଥାପି ଜଣାଏ ଅଶେଷ ଶୁଭେଚ୍ଛା
ସୁଖରେ ବିତୁ ଜୀବନ ।।
ନ'ଘୋଟୁ ଜୀବନେ ଅଦିନିଆ ମେଘ
ନ'ବିଛୁରୁ ଅଂଶୁଘାତ
ଇଂରାଜୀର ଏହି ନୂତନ ବର୍ଷରେ
ଶ୍ରୀପଦେ ମୋ'ମଥା ନତ ।।