ଆଉ ଏକ
ନୂତନ ଅଧ୍ୟାୟର ଆରମ୍ଭ
ଜୀବନ ପୁସ୍ତକରେ,
ଗଡିଚାଲିବ ପୃଷ୍ଠା ପରେ ପୃଷ୍ଠା
ଓଲଟାଇବାକୁ ହେବ
ଆଲୋକିତ କରିବାକୁ ହେବ
ତାକୁ ନୂତନ ସୂର୍ଯ୍ୟର ରେଣୁରେ।
ସୂର୍ଯ୍ୟ ତ ଉଦୟ ହୁଏ
ପୃଥିବୀକୁ ଆଲୋକ
ବିତରିବା ପାଇଁ
ସେ କେବେ ଚାହେଁନି
ତାକୁ କଳା ବାଦଲଟା
କେବେ ଢାଙ୍କିଦେଉ
ଅଦିନିଆ ମେଘଟା
ହଠାତ୍ ତାର ଗତିରୋଧ କରୁ।
ତଥାପି..
ଝଡ ବି ଆସେ
ବତାସ ବି ବହେ
ଏମିତି ଆସେ
ଟିକକ ସମୟ ପାଇଁ
ହୁଏତ ତାକୁ ଢାଙ୍କିଦିଏ,
ହେଲେ ଦିନକୁ କେବେ
ରାତି କରି ପାରିନାହିଁ
ରାତି ନ ଆସିବା ଯାଏ ।
ଏ ହିଁ ଜୀବନ......
ଆଜିର ଭାବନା
ଏଇ ନୂଆ ବର୍ଷରେ,
ଭାଙ୍ଗି ପଡିବା ନାହିଁ ଆମେ
ଏମିତି ଟିକେ କୁହୁଡି, କରକାରେ,
ପୁଣି ଝଟକିବ ସୂନେଲି ସୂର୍ଯ୍ୟ
ସମୟର ତାଡନା ପରେ ।
ଘୁ ଘୁ ଗର୍ଜନ କରି
ଢେଉ ତ ମାଡିଆସେ
କୂଳ ବି ଲଙ୍ଘିଯାଏ
ସିଏ ଆସେ ଭିଜେଇବା ପାଇଁ.....
ସେ ଅନୁଭବ କଣ
ନିଆରା ନୁହେଁ ?
ହେଲେ ସେ କ'ଣ ରହେ ??
ପୁଣି ଫେରିଯାଏ ।
ଏ ହିଁ ଜୀବନ....
କେହି ଏଠି ସ୍ଥିର ନୁହେଁ
ଏଇ ଯେ ସମୟ
ଆସିଥିଲା ପୁଣି ଚାଲିଗଲା
ସ୍ମୃତିରେ ଭିଜେଇ,
କେତେଯେ......
ଫେଣ୍ଟା ଫେଣ୍ଟି
ଜୀବନର ଅନୁଭବ
ବାଣ୍ଟି ଦେଇ ଦେଇ ।
ତେବେ ଆସ ସଭିଏଁ
ଏଇ ନୂଆ ବର୍ଷର
ଅନ୍ତଃସ୍ବରକୁ ଶୁଣିବା
ସେ କହି କହି ଯାଏ
ପଛ କଥା ଭାବିବା
ଆଗକୁ ବଢିବା
କେବେ ଅଟକି ଯିବାନି
ଲକ୍ଷର ମହାସ୍ରୋତରେ
ଏକଦମ୍ ନ ମିଶିବା ଯାଏ ।।


ରଚନା : ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :