ଶୀତର ଚାଦର ଘୋଡ଼ି ହୋଇ
ନୂଆ ବର୍ଷ ଆସୁଛି
ସବୁଥର ପରି ଏ ଥର ମଧ୍ୟ ସେ
ଏକା ସମୟ ଲଗ୍ନରେ ଉପସ୍ଥିତ ହେବ
ବର୍ଷ ,ମାସ ,ଦିନ,ଦଣ୍ଡ ଓ ଋତୁ
ସବୁ ସମୟ ଚକ୍ରରେ ବଦଳୁଛନ୍ତି ।
ମନ ବଦଳୁଛି, ଭାବ ବଦଳୁଛି
ବଦଳୁଛି ପରିବେଶ,ପରିସ୍ଥିତି ଓ
ବାତାବରଣ ।
କିନ୍ତୁ ବଦଳୁନି ସ୍ନେହର ସମ୍ପର୍କ
ବଦଳୁନି ଗରିବ ମୁଲିଆ ର ଭାଗ୍ୟ
ସାତ ସିଆଁ କପଡା ପିନ୍ଧିଥିବା
ଅସହାୟା ଭିକାରୁଣୀ କୁ କେହି
ଲୁଗା ଖଣ୍ଡେ ବଢ଼ାଇ ଦେଉନି
ତାର ଲଜ୍ୟା ଢାଙ୍କିବା ପାଇଁ !!
ଶୀତରେ ଥରୁ ଥିବା ପୁଅହରା
ନରିଆ ବାପା ପାଉନି ଶାଲ ଖଣ୍ଡେ!!
ଅନାହାରରେ ପୀଡିତ କଙ୍କାଳସାର
ପିଲା ପେଟରେ କେହି କାହିଁ ଦାନା
ମୁଠେ ତ ଦେଉନି??
ନିରାଶରେ ଭାଙ୍ଗି ପଡିଥିବା ବିଧବା
ଗୋପାଳ ମା'ର ମନ ଆକାଶରେ
କାଇଁ ଆଶାର ସୁରୁଜ ଉଉଁନି!!
ତେବେ ନୁଆଁ କ'ଣ ??
ରାତି ପାହିଲେ ନୂଆ ବରଷର
ସକାଳରେ ବିଧବା ମଥାରେ କ'ଣ ସିନ୍ଦୁର ଲାଗିଯିବ??
ବନ୍ଧ୍ୟା ନାରୀର କୋଳରେ କ'ଣ
ସନ୍ତାନ ଖେଳିବ ??
ଦୁଷ୍କର୍ମରେ ପୀଡ଼ିତା ଯେତେ ଶିଶୁ
ଯୁବତୀ ,ରମଣୀ କ'ଣ ନ୍ୟାୟ
ପାଇଯିବେ!!
ତେବେ କୁହନ୍ତୁ କାହିଁକି ପାଳିବା
ନବବର୍ଷକୁ ହରଷରେ ??
ଆଖିର ଲୁହକୁ ଓଠରେ ପିଇ
କାହିଁକି ହସିବା ମିଛ ହସ !!
କାହିଁକି କରିବା ଭୋଜି ଭାତ?
ତେଣୁ ନୂଆ ବର୍ଷ ପାଳିବାର କିଛି
ମାନେ ନାହିଁ ।
ଆମେ ସେବେ ନୂଆ ବର୍ଷ ପାଳିବା
ଯେବେ ଦେଶରୁ ସବୁ
କଳାକର୍ମ ର ନାଶ ହେବ ଓ
ଦୁଃଖ ଯନ୍ତ୍ରଣାର ନାଶ ହେବ,
ସଭିଙ୍କ ଭିତରେ ଫେରିବ
ସଦ୍ଭାବ ।


ରଚନା : ସରସ୍ୱତୀ ପଣ୍ଡା

ଠିକଣା : ଶ୍ରୀରାମପୁର, ମଙ୍ଗଳପୁର, ଯାଜପୁର,  ଦୂରଭାଷ : 7608940823