
ହସ ଖୁସି ଆମ ଆସୁଛି ପୁଣି
ନୂଆ ବରଷକୁ ଧରି
କେତେ ସାଙ୍ଗ ସାଥି ଖେଳ ମଉଜରେ
ପୁରୁଣା ଯାଉଛି ସରି
ପୁରୁଣା ଦିନକୁ ଦେବାରେ ବିଦାୟ
ନୂଆକୁ କରି ଆପଣା
ସମ୍ପର୍କକୁ କେବେ ଦେବାନି ଆଡେଇ
ଏହି ଯେ ମୋର ମାଜଣା
ନୂଆ ବରଷରେ ନୂଆ ନୂଆ କଥା
ସମସ୍ତେ ଶିଖିବା ଏଠି
ମନ କଥା କହି ନବ ବର୍ଷର
ଶୁଭେଚ୍ଛା ଦେବାରେ ଭେଟି....
