କବିତା - ଚକାଆଖି - ଘନଶ୍ୟାମ ସାହୁ

0

କରିବିନି କିଛି ମାନ ଅଭିମାନ
ନ ଶୁଣିଲୁ ବୋଲି ଡ଼ାକ ଦୁଃଖିର
ଦାରୁ ଦେବତା ତୁ ତୋ ଚକାନୟନେ
ମେଲି ଦେଖୁଥାଉ ଖାଲି ଧକ୍କା ଦାଉ ସନ୍ତାପିତର । ।୦।
ପ୍ରଭାତୁ ଶଯ୍ୟାରୁ ସ୍ମରି ନାମ ତୋର
ଆରମ୍ଭ କରେ ମୁଁ କରମ ମୋର
ତୋ ନାମକୁ ଗାଇ ତୋ ଶ୍ରୀ ମୁଖ ଧ୍ଯାୟୀ
ସମର୍ପି ଦେଇଛି ଯାହା ମୁଁ କରୁଛି ପୟରେ ତୋର । ।୧।
ପର କରିବୁନି ଅଛି ଦିନ ଗଣି
ଭରସା ରଖିଛି ମୁଁ ଶ୍ରୀ ଛାମୁର
ଯେଦିନୁ ଦେଖିଛି ମୋ ମନେ ନାଚୁଛି
ସେ କଳା ବଦନ ତୋ ଚକାନୟନ ରଙ୍ଗ ଅଧର ।।୨।
ପଡ଼ିଛି ଜଞ୍ଜାଳେ ମାୟା ଭବ ଜଳେ
ନାହିଁ ଥଳ କୂଳ ହେବାକୁ ପାର
ତୋ ଆଶ୍ରା ରେ ଅଛି ଆଶା ମୁଁ କରିଛି
ଚକାଆଖି ଦେଖି ଉଡ଼ି ପ୍ରାଣ-ପକ୍ଷୀ ଯାଉ ମୋହର ।।୩ ।

ଘନଶ୍ୟାମ ସାହୁ
ସହ-ସମ୍ପାଦକ-- ତ୍ରିଧାରା ସାହିତ୍ୟ ସଂସଦ,
ବଇଣ୍ଡା, ଜିଲ୍ଲା --- ଅନୁଗୋଳ
ମୋବାଇଲ ନମ୍ବର -- ୭୯୭୮୦୫୭୬୯୫


ରଚନା : ଘନଶ୍ୟାମ ସାହୁ

ଠିକଣା : ବଇଣ୍ଡା, କିଶୋର ଗଞ୍ଜ, ଜିଲ୍ଲା - ଅନୁଗୋଳ, ଦୂରଭାଷ : ୭୯୭୮୦୫୭୬୯୫

Post a Comment

0Comments
Post a Comment (0)