ଆସ ପିଲେ ଆମେ ପଢିବା ପାଠ
ପାଠରେ ପାଠରେ କରିବା ନାଟ
ଲୟ ରଖି ସଦା ପାଠ ଉପରେ
ପାଠକୁ ଜାଣିଵା ଯତନ ଭରେ
କରି ଆମେ ପାଠ ପ୍ରୀତି
ଭଲ ପାଠ ପଢି ଵଢାଇ ଦେବାର

ମାନସିକ କରାମତି।।

ଶ୍ରେଣୀଗୃହେ ଯେବେ ପ୍ରବେଶ ହେବା
ଲୟ ଧ୍ୟାନ ମନ ପାଠେ ଥୋଇବା
ବକ ପରି ଧ୍ୟାନ କରିବା ପାଠେ
ଗୁରୁ, ଗୁରୁମାଙ୍କ ସୁମିଷ୍ଟ ଭାଷେ
ଶୁଣିଥିବା ମନ ଦେଇ
ମନ ଦେଇ ସଵୁ ଯତନେ ଶୁଣିଲେ
ମନୁ ପାସୋରିଵ ନାହିଁ।।

ଶୃଙ୍ଖଳା କୁ ସଦା ଧରି ସାଥିରେ
ପଢୁଥିବା ପାଠ ନିଷ୍ଠା ମନରେ
ଜଟିଳ ଲାଗିଲେ ଉତିଷ୍ଠ ହୋଇ
ତକ୍ଷଣେ ପଚାରି ବୁଝିବା ଯାଇ
ନରଖି ସନ୍ଦେହ ମନେ
ପାଠ ପରି ପ୍ରୀତି ଭକ୍ତି ରଖିଥିବା
ସଵୁ ଜ୍ଞାନୀ ଗୁରୁଜନେ।।

ସଭିଙ୍କୁ ଆଦର କରିବା ଆମେ
ଶିକ୍ଷାରେ ବାଧକ ମୁଁ ଓ ତୁମେ
ସ୍ଵାର୍ଥପର ଚିନ୍ତା ମନରୁ କାଢି
ଭାଵୁଥିଵା ଆମେ ଭବିଷ୍ୟ କଢି
ବାଣ୍ଟିବା ପାଇଁ ସୁବାସ
ପାଠେ ପ୍ରୀତି କରି ଏଇ ଦୁନିଆରେ
ରଖିଯିବା ଆମେ ଯଶ।।

ଆସ ଆମେ ସବୁ ଏକାଠି ହୋଇ
ଦୁଷ୍ଟାମି ଚିନ୍ତାକୁ ମନୁ ହଟେଇ
ଭଲ କର୍ମ ଲାଗି ବଳାଇ ମନ
ପାଠେ ପ୍ରୀତି କରି ହେଵା ମହାନ୍
ଧରି ହୃଦେ ପାଠ ପ୍ରୀତି
ବଢାଇଣ ଦେଶ ଗରଵ ଗାରିମା
ରଚିଵା ଅମର କିର୍ତ୍ତୀ।।


ରଚନା : ଅଶୋକ କୁମାର ପ୍ରଧାନ

ଠିକଣା : ରୋହିଗାଁ, ଗଞ୍ଜାମ,  ଦୂରଭାଷ : ୮୨୪୯୧୧୯୧୩୦