ହେ ଗଣିତ ଦିଵସ....
ପ୍ରତ୍ୟୁତ୍ପନ୍ନମତିତାର କଣିକା ବାଣ୍ଟିବାକୁ
ଛୁଟିଆସ ଯେବେ ଡିସେମ୍ବର ବାଇଶିରେ,
ହସ ଲୁହର ଦ୍ଵିଘାତୀ ସମୀକରଣଟା
ସମାଧାନ ହୁଏ ଅଜ୍ଞାତ ରାଶିର କୁହୁକ ସ୍ପର୍ଶରେ,
ନିରସତାର ଭାବନାଟା ଶୁନ୍ୟ ବୋଲି ପ୍ରମାଣିତ ହୁଏ-
ଶୁନର ବହୁରୂପୀ ଯାଦୁରେ,
ବୈଦିକ,ପାଟୀ ଗଣିତ ଓ ବୀଜଗଣିତର 
ମାନସ ପୁତ୍ର ମାନେ..
ବିଜ୍ଞ ପ୍ରଗତିଶୀଳ ଶକ୍ତିଶାଳୀ ପୃଥିବୀ ଆଂକନ୍ତି,
ସରସ ଚିତ୍ତାକର୍ଷକ ଜୀବନ ପ୍ରବାହର
ମସ୍ତିଷ୍କର କାନଭାସରେ,, 
ବାଃ !  ଅନୁପମ ତୁମ ଦିବ୍ୟ ଚେତନା ।

ହେ ବୁଦ୍ଧିରାଜ ପଥ ପ୍ରଦର୍ଶକ...
ରେଚକୁ ବରହଗୁମିଫେ ନବରତ୍ନଙ୍କୁ ସାଥିକରି
କର ତୁମେ ଜଟିଳ ସମସ୍ୟାର ସରଳ ସମାଧାନ,
ସତ୍ କର୍ମର କ୍ରମିକ ଯୋଗ,ବର୍ଗ କିବା ଘନଫଳରେ
ପ୍ରାପ୍ତ ହୁଅ ପୁଣ୍ୟର ସମୂଳ ଚକ୍ରବୃଦ୍ଧି ସୁଧ,
ନିନ୍ଦା ପ୍ରଶଂସାର ଲାଭ କ୍ଷତି ମାନେ
କରନ୍ତି ଶତକଡା ଓ ଅନୁପାତରେ ଅନ୍ତଃ ପରିମାପ,
ଦୈନନ୍ଦିନ ଜଟିଳ ମାନସାଙ୍କ ଗୁଡାକ
ଧୀରେ ଧୀରେ ବିଜ୍ଞାନର ପ୍ରତୀକ ସାଜନ୍ତି
ତୁମ ସ୍ନେହ ପ୍ରେମର ବର୍ଗମୂଳ ଅବା ଘନମୂଳରେ,
ତୁମ ସ୍ଥିରତା ଓ ସକ୍ରିୟତାର
ବିଶ୍ଳେଷଣ ସଂଶ୍ଲେଷଣ ସବୁ ପ୍ରମାଣ କରନ୍ତି 
କେତେ ଯେ ଉପପାଦ୍ୟ ଆଉ ସିଦ୍ଧାନ୍ତ,
ବାଃ ! ଚମତ୍କାର ତୁମ  ତୁମ ଇପ୍ସିତ ମାର୍ଗଦର୍ଶନ।

ହେ ହିସାବ ଅନୁମାନ ଆଉ ମାପର ଅନୁପମ ସ୍ରଷ୍ଟା....
ତୁମେ ତ ସର୍ବ ଶାସ୍ତ୍ରର ମୌଳିକ ସଂଯୋଜକ ନକ୍ସା,
ତୁମେ ବି ଦିନଚାର୍ଯ୍ୟା ଜୀବନ ଦର୍ଶନର ଅବ୍ୟାପ୍ତ ପରିଧି,
ବୁଦ୍ଧ୍ୟଙ୍କ, ଚତୁରତା, ସମାଧାନ ଆଦି ତ୍ରିକୋଣୀୟ ରଶ୍ମିରେ-
ଛୁଟିଆସ ସୃଷ୍ଟି କରିବାକୁ ଯେବେ
ରାମାନୁଜନ ଆର୍ଯ୍ୟଭଟ୍ଟ ଓ ଆଇନ୍ ଷ୍ଟାଇନ୍,
ସାରା ବିଶ୍ୱ ହର୍ଷୋତ୍ଫୁଲ୍ଲେ ପାଳେ ତଵ ସ୍ଵନକ୍ଷତ୍ର ଦିଵସ,
ମନେ ପକାଇ ମହାନ ପୁରୁଷ ମନମୋହନଙ୍କୁ,
ସ୍ମୃତି, ପ୍ରୀତି ଓ ଆଗ୍ରହର ପରିମେୟ ସଂଖ୍ୟା ମାନରେ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର