ତୁମେ କେବେ ଆସିବ,
ନୂଆ ବୋହୂ ତୁମେ ଆସ,
ବେଗି ବଗି ନୂଆ ବୋହୂ ତୁମ ହାତ ରନ୍ଧା,
ଛୁଇଁ ,ଆଳୁ, ବଢ଼ି, ତରକାରୀର ମହ ମହ ବସ୍ନା,
ମୋ ବୋଉ ଦାଣ୍ଡ ଦୁଆରେ ଜଗି ବସିଚି,
ତୁମ ଆସିବାର ପଥ ଚାହିଁ,
ଆଉ ମନେ ମନେ ମୁରୁକି ମୁରୁକି ହସୁଚି ।
ତୁମେ ଆସ ନୂଆ ବୋହୂ,
ଆମର ନୂଆ ଘର ହୋଇଛି
ଆଉ ଭଳିକି ଭଳି ରଙ୍ଗ ବି ଦିଆଯାଇଛି,
ଆମ ଝରକା କବାଟ ସବୁ କାଚ ରେ ତିଆରି ହୋଇଛି,
ତୁମେ ଆସିଗଲେ ନୂଆବୋହୂ
ଖାଲି ତୂଳୀ ଧରୀ କାନ୍ଭାସ୍ ର ଚିତ୍ର କରିବ,
ଆମ ଦୁଆରଟା ବାପା ପକ୍କା କରି ଦେଇଚନ୍ତି,
ନୂଆବୋହୂ କିଛି ଭାବନି,
ମନରେ ଭୟ ବି ରଖନି,
ଦେଖନି ମୋ' ବାପା, ବୋଉ
ତୁମ ଆସିବା ପଥକୁ ଚାହିଁ ରହିଚନ୍ତି,
ତାଙ୍କ କୋହଭରା କଣ୍ଠସ୍ୱର,
ଉଦାସ ଭରା ମୁହଁ,
ଖୋଜିଲା ଖୋଜିଲା ଆଖି
ପେଟରେ ଯୁଗପତ୍ ଭୋକ ଦହରେ ମରଣର ଭୟ
ନିରିମାଖି କଅଁଳିଆ ମନକଥା ବୁଝିବାକୁ ଏବେ କେହି ନାହିଁ,
ତୁମେ ଆସ,
ଜାଣିଛ ନୂଆବୋହୂ
ମୋ ବୋଉ ତୁମପାଇଁ କି
ନିଲିଆ ନାଲିଆ କୋଠା କୋଠା ଗାର ପଡିଥିବା
ପଶାପାଲି ଲୁଗା ରଖିଚି
ତା ବାଙ୍କୁସରେ ଚାରିଚଉତରା କରି ଭାଙ୍ଗିଭୁଙ୍ଗୀ,
ଭାଇ ଯାଉନୁ ଭାଉଜ ଅନେଇ ବସିଚନ୍ତି,
ତୁଆଣିଲେ ସେ ଆସିବେ !
ଭାଇ ,କୋଉନୁ କେତେ ବେଳେ ଜିବୁ
କ'ଣ ବାପା, ବୋଉ ମୋ ମରିଗଲା ପରେ
ତୁ ନୂଆ ବୋହୂ କୁ ଆଣିବୁ ?
ମୁଁ 'ବାହା ହୋଇ ଗଲାପରେ
ତୁ ନୂଆ ବୋହୂ କୁ ଆଣିବୁ ?
କେଜାଣି ଭାଇ ମୋ କାହିଁକି ନିରବ !

ମଧୁସ୍ମିତା ନାୟକ, ବ୍ୟାସନଗର, ଝାଟିଆସାହି, ମଧୁ,
ମୋ--୮୩୩୮୯୧୨୩୬୦