ବିନୁ କୁ 10 ବର୍ଷ ହେଇଥାଏ । ତାର କୋଉ ଏକ ସାଙ୍ଗ ପାଖରୁ ପିକନିକ୍ ଯିବା ର କଥା ଶୁଣି ସଙ୍ଗେ ସଙ୍ଗେ ଘରକୁ ଦୌଡ଼ି ଆସି ବୋଉ ର ପିଠିରେ ଲାଉ ହେଇ କୁହେ- ଏ ବୋଉ ବୋଉ ବାପା ଙ୍କୁ କହ ଆମେ ପିକନିକ୍ ଯିବା। ମୋ ସାଙ୍ଗ ତା ବାପା ମା ସହ ଯାଉଛନ୍ତି। ତୁ ବାପା ଙ୍କୁ ଟିକେ କହ ଆମେ ସବୁ ଯିବା ପାଇଁ। ବୋଉ- ଏବେ ନୁହଁ ବାବା। ପରେ ଯିବା। ବୋଉ ର କଥା ଶୁଣି ବିନୁ ଜ଼ିଦ କରି କାନ୍ଦିବାକୁ ଲାଗିଲା। ବିନୁ ର ବଡ ଭଉଣୀ ନିତୁ ୧୪ ବର୍ଷ ର ହେଇଥାଏ ଆଉ ଘର ର ପରିସ୍ଥିତି ବିଷୟରେ ଜାଣିଥାଏ ହେଲେ ବିନୁ ଛୋଟ ପିଲା ସେ କେମିତି ବା ଜାଣିବ ଘର ଚଳିବା କେତେ କଷ୍ଟକର ଥିଲା। ନିତୁ-ପିଲା ର ପାଠ ପଢା ରେ ତ ନା ଗନ୍ଧ ନାହିଁ। କହିଲା କଣ ନା ପିକିନିକି ଯିବ। ବିନୁ- ମୁଁ ଜାଣିନି ମୁ ପିକନିକ୍ ଯିବି ମାନେ ଯିବି । ନିତୁ- ନା ମାନେ ନା। ମୁଁ ବାପା ଙ୍କୁ ମନା କରିଦେଇଛି।ବିନୁ- (କାନ୍ଦିକି)ତୁ ମରିଯାଉନୁ ଲୋ ...ନିତୁ- ମୁ କଣ କଲି ବେ ତୋର କୁକୁର। ବିନୁ-ତୁ ହେଉଛୁ ସବୁ ଅସଲ। ତୁ କଣ ପାଇଁ ବାପା ଙ୍କୁ କହିଲୁ। ନିତୁ ଜାଣିଥାଏ ଘର ର ପରିସ୍ଥିତି କଣ ? ନିତୁ-ମୁଁ କଣ କଲି। ବୋଉ ସେପଟ ରୁ ଆସି ବିନୁ କୁ ବୁଝେଇଲେ କାନ୍ଦେନି ବାବା। କାଲି ନୂଆବର୍ଷ ରେ ମାଂସ ତରକାରୀ କରିବା। ବିନୁ ମାଂସ ତରକାରୀ ନାଁ ଶୁଣି କାନ୍ଦ ବନ୍ଦ କରି ମନ ଖୁସି ରେ ସମସ୍ତଙ୍କୁ କହି ବୁଲିଲା କାଲି ଆମର ମାଂସ ତରକାରୀ ହେବ। ରାତିରେ ବାପା ଘରକୁ ଆସିଲେ। ମା ମନ ସବୁବେଳେ ପିଲା ଙ୍କ ଖୁସି ସବୁବେଳେ ଚାହେ। ବୋଉ- ପିଲା ଦୁଇଟା ମନ ଦୁଃଖ କରୁଛନ୍ତି। କୁଆଡେ ବୁଲିବାକୁ ଗଲେ ହୁଅନ୍ତାନି। ବାପା- ତୁ ତ ଦେଖୁଛୁ ପାଖରେ ପଇସା ନାହିଁ। ହୋଉ ମୁ ଗୋଟେ କଣ କରୁଛି.

ନୂଆ ବର୍ଷ ଦିନ ବିନୁ ମାଂସ ତରକାରୀ ଖାଇବା ପାଇଁ ବସିଗଲା। ନିତୁ ତା ଭାଇ କୁ ଗାଳି ଦିଏ ସିନା ହେଲେ ତାକୁ ସେ ବହୁତ ଭଲପାଏ।ସେଥିପାଇଁ ସେ ତା ଭାଗରୁ କିଛି ମାଂସ ତରକାରୀ ବିନୁ ର ଥାଳି ରେ ଦେଇଦେଲା। ବିନୁ ସବୁ ଲୁଚି କରି ଦେଖୁଥାଏ। ସମସ୍ତେ ମନ ଖୁସି ରେ ଖାଇଲେ। କିଛି ଦିନ ପରେ ସପରିବାର ପିକନିକ୍ ରେ ବାହାରି ପଡିଲେ। ବିନୁ ର ଖୁସି କହିଲେ ନ ସରେ। ନିତୁ- ତତେ ଆମେ ନେବୁନି। ବିନୁ (କାନ୍ଦିବାକୁ ଲାଗେ)- ତତେ ନିଆଯିବନି।
ନିତୁ- ଦେଖିବୁନି କି। ତା ପରେ ବିନୁ ଆସି ନିତୁ ର ପିଠି କୁ ବିଧା ମାରି ଚାଲିଥାଏ। ନିତୁ- ବୋଉ ଦେଖୁଛୁନା ତୋ ପୁଅ କୁକୁର ମତେ କେମିତି ମାରୁଛି। ବିନୁ - କଣ ବେ ମତେ କୁକୁର କହିଲୁ। ନିତୁ- ମାଂସ ତରକାକୁ ଚାକୁ କରି ଖାଉଥିଲୁ କୁକୁର ନୁହେ ତ କଣ ହି ହି ହି। ବିନୁ - (ଜୋର ସେ କାନ୍ଦିବାକୁ ଲାଗେ)ବୋଉ- ଆରେ କାଇଁ ସେ ପିଲା ଟା ସହ ଲାଗିଛୁ କହିଲୁ। ନିତୁ- ତୁ ସେଇ ପୁଅ କୁ ଭଲ ପାଉଥା। ସେମତେ କେତେ ମାରିଲାଣି ତତେ ଦେଖା ଯାଉନି। ବିନୁ- ନା ମୁ ମାରିନି। ନିତୁ- ହି ହି ମତେ ଗୋଟେ କୁକୁର ମାରିଲା। ବିନୁ-ଗୋଟେ ବାଡ଼ି ଧରି ନିତୁ କୁ ମାରିବାକୁ ଗୋଡେଏ। ନିତୁ କିନ୍ତୁ ତାକୁ ଚିଡ଼େଇବାରେ ବେସ୍ତ ଥାଏ ଆଉ ହସୁଥାଏ। 


ସମୟ ଗଡ଼ିବା ସହିତ ପିଲା ମାନେ ଛୋଟ ରୁ ବଡ ହେଲେ। ନିତୁ ର ବାହାଘର ହେଇଗଲା ବିନୁ ବି ବଡ ଚାକିରୀ କଲା ଆଉ ତାଙ୍କ ଅଭାବ ଦୁରେଇ ଗଲା। ବାପା ବୋଉ ଙ୍କର ବି ବୃଦ୍ଧା ହେଇଯାଇଥାନ୍ତି। ସେଥିପାଇଁ ସେ ବିନୁ ର ବାହାଘର କରିଦିଅନ୍ତି। ଘରକୁ ବୋହୁ ଆସେ। କିଛି ଦିନ ପରେ ନିତୁ ର ମଥାରୁ ସିନ୍ଦୁର ଲିଭିଯାଏ। ନିତୁ ମୁହଁ ରୁ ହସ ଚାଲିଯାଏ ବହୁତ ଦୁଃଖ ରେ ତା ଜୀବନ ସେ ଶାଶୂଘରେ ବିତାଏ । ଏପଟେ ବାପା ମା ଙ୍କର ବି ମନ ଦୁଃଖ ଥାଏ ଝିଅ ପାଇଁ। କିଛି ବର୍ଷ ପରେ ବିନୁ ର ଗୋଟେ ଝିଅ ହୁଏ।କିଛି ଦିନ ପରେ ନୂଆ ବର୍ଷ ଆସିଯାଏ । ବିନୁ ର ସ୍ତ୍ରୀ ମୀନୁ ସ୍ଵାମୀ ଙ୍କୁ କହିଲେ ଚାଲୁନା ଟିକେ ନୂଆ ବର୍ଷ ରେ କୁଆଡେ ବୁଲିବାକୁ ଯାନ୍ତେ। ବିନୁ- ହଁ କୁହ କୁଆଡେ ଯିବା । ମୀନୁ- ହଁ ଶୁଣ। ବାପା ବୋଉ ଙ୍କ ଦେହ ଖରାପ ହେବ ଏ ଯୋଉ ଶୀତ ହେଉଛି ପୁଣି ସେମାନଙ୍କ ଦେହ ଖରାପ ହେଲେ ତାଙ୍କ ପାଇଁ ପୁଣି ହଇରାଣ ହେବାକୁ ପଡିବ। କାହିଁକି ସେମାନଙ୍କୁ ନେଇ ତାଙ୍କ ଦେହ ଖରାପ କରିବା । ବିନୁ ବି ସ୍ତ୍ରୀ ମୀନୁ କଥା ରେ ରାଜି ହେଇଗଲା । ଆଉ ନୂଆ ବର୍ଷ ଦିନ ବାହାରି ପଡିଲେ ପିକନିକ୍ ଯିବାକୁ ବିନୁ ଆଉ ତା ସ୍ତ୍ରୀ ମୀନୁ ଆଉ ତା ଝିଅ । ସେମାନେ ଚାଲିଗଲା ପରେ ମା ଦେଖେ କି ବିନୁ ଶୀତ ବସ୍ତ୍ର ନେବାକୁ ଭୁଲିଯାଇଛି। ବହୁତ ମନ ଦୁଃଖ କରେ। କଣ ବା ଆଉ କରିବ ଯାହା ହେଲେ ବି ମା ମନ ପିଲା ଟା ଶୀତ ରେ ଥରିବ ମା ମନ କଣ ସହିପରିବ। ମୀନୁ ରାସ୍ତା ରେ ଗଲା ବେଳେ । 


ମୀନୁ- ଚାଲ ଟିକେ ମୋ ଭଉଣୀ ଏଇ ପାଖରେ ବାହା ହେଇଛି ତାଙ୍କ ଘର ଯାଇ ଟିକେ ବୁଲିଆସିବ। ବିନୁ- ରୁହ ଆଗେ ଆମେ ଚାଲ ପିକନିକ୍ ରୁ ଫେରିବା ତା ପରେ ଯିବା। ମୀନୁ- ହୋଉ ଚାଲ। ବିନୁ ମନ କିଛି ଭଲ ଲାଗୁନଥାଏ।ବିନୁ ଏବଂ ତା ସ୍ତ୍ରୀ ମୀନୁ ପିକନିକ୍ ଯାଇ ବହୁତ ଖୁସି ହେଲେ କିନ୍ତୁ ସେଠି କୌଣସି ହୋଟେଲ ପାଇଲେନି ଖାଇବା ପାଇଁ ବିନୁ ର ପେଟ ରେ ମୂଷା ଦୌଡ଼ି ଥାଏ। ମୀନୁ - ଚାଲ ମୋ ଭଉଣୀ ଘରକୁ ଯିବା। ବିନୁ ଓ ମୀନୁ,ମୀନୁର ଭଉଣୀ ଘରେ ତାଲା ପଡିଛି। ବିନୁ-ଚାଲ ଘରକୁ ଯିବା ମତେ ପ୍ରବଳ ଭୋକ କଲାଣି। 

ମୀନୁ- ଚାଲୁନା ମୋ ବାପ ଘରକୁ ଟିକେ ବୁଲିଆସାନ୍ତେ। କେତେ ଦିନ ହେବ ଦେଖିନି। ବିନୁ-ହୋଉ ଠିକ ଅଛି ଚାଲ। ବିନୁ ତା ଶଶୁର ଘରେ ପହଁଚି ଦେଖେ ତ ସେଠି ଖୁସି ର ମାହୋଲ। ମୀନୁ- ଭଉଣୀ କୁ ଦେଖି କହିଲେ ତୁ ଏଇଠିକି ଆସିଛୁ ଆମେ ତୋ ଘରୁ ଫେରିଲୁଣି। ଭଉଣୀ- ତୁ ତ ଜାଣିଛୁ ,ବାପା ବୋଉ ମତେ କେତେ ଭଲ ପାଆନ୍ତି। ଆଜି ନୂଆ ବର୍ଷ ରେ ତାଙ୍କ ସାଙ୍ଗରେ ରହିଲେ ସେ କେତେ ଖୁସି ହେବେ। ବିନୁ ପାଖରେ ଖୁସି ର ମାହୋଲ ଦେଖି ବି ହୃଦୟରୁ କଣ ପାଇଁ ସେ ଖୁସି ହେଇପାରୁନଥାଏ। କିଛି ସମୟ ରେ ଖାଇବାକୁ ବଢ଼ା ହେଲା। ଆଉ ମାଂସ ତରକାରୀ ବି ହେଇଥାଏ। ବିନୁ ର ପସନ୍ଦ ମାଂସ ତରକାରୀ ପାଇ ବି ସେ ଖୁସି ନଥାଏ। ପାଖରେ ସ୍ତ୍ରୀ ତା ଭାଇ କୁ କିଛି ତା ଭାଗରୁ ଦେବା ଦେଖି ହଟାତ ତା ଭଉଣୀ କଥା ମନେପଡେ। ଆଉ ତା ମନରେ ଉଙ୍କି ମାରୁଥିବା ପ୍ରଶ୍ନ ର ଉତ୍ତର ପାଇଯାଏ। ସେ ସଙ୍ଗେ ସଙ୍ଗେ ଖାଇବା ପାଖରୁ ଉଠି ତା ନିଜ ବିଧବା ଦୁଃଖିନୀ ଭଉଣୀ ଘରକୁ ବାହାରେ। ଆଉ ସେଠି ପହଁଚି ତାକୁ ସଙ୍ଗେ ସଙ୍ଗେ ଘରକୁ ମୋ ସହ ଆସିବାକୁ କୁହେ। ସେତେବେଳକୁ ସନ୍ଧ୍ୟା ହେଇଆସୁଥିଲା। ଭାଇ ବିନୁ ସହ ଭଉଣୀ ନିତୁ କୁ ବାପା ଦେଖି ବହୁତ ଖୁସି ହୁଅନ୍ତି। ମା ସେଇ ସୁଇଟର ଧରି ବସିଥାଏ। ପୁଅଆସିବା ଦେଖି ମା ସୁଇଟର ନେଇକି ପୁଅ ପାଖକୁ ଦୌଡ଼ି ଆସେ। 

ବିନୁ - ଲୋ ବୋଉ ମୁ ଫେରିଲିଣି ପରା ତୁ ସେଇ ସୁଇଟର କୁ ଧରି ବସିଛୁ। ମା- ମୋ ପୋଡା ମନରେ ହେଲାଣି ମୋ ଛୁଆ ଏ ହେମାଳ ରେ କେତେ କଷ୍ଟ ପାଇଲାଣି। ବିନୁ ଆଖି ରେ ଲୁହ ଆସିଯାଏ। ଆଉ ମା କୁ ହାତରେ ଉଠେଇ ଘରକୁ ନେଇଯାଏ। 

ବିନୁ - ବୋଉ ମୁ ମାଂସ ଆଣିଛି। ମୁ ଆଜି କିଛି ଖାଇନି। ତୁ ଶୀଘ୍ର ଟିକେ ବନେଇ ଦେ। 

ମା- ତୁ ଏତେ ବେଳ ଯାଏ କିଛି ଖାଇନୁ। ତମେ ଭାଇ ଭଉଣୀ କଥା ହୁଅ। ବୋଉ ଘରୁ କଣ ଚୁଡା ଓ ନଡ଼ିଆ ରଖିଥିଲା ଆଣି ବିନୁ କୁ ଖାଇବାକୁ ଦିଏ। ହେଲେ ବାପା ଝିଅ କୁ ବେଶୀ ଭଲପାଏ। ବାପା- ନିତୁ କୁ କଣ ଖାଇବାକୁ ଦେଲୁନି। ସେ ଖାଇଥିବା କି ନଖାଇଥିବା। ମା- ହଁ ଦେଇଛି।
ବିନୁ- ବାପା ତମେ ଠିକ କୁହ। ଟଙ୍କା ପଇସା ରେ କେହି ଖୁସି ହେଇପାରନ୍ତିନି ସେଇଟା ଆଜି ମୁ ନିଜେ ଅନୁଭବ କଲି। ଆଉ ମୁ ବହୁତ ଭୁଲ କରିଛି। ପିଲାଦିନେ ତମେ ମତେ ପିକନିକ୍ ନେବା ପାଇଁ ପଇସା ନଥାଇ ବି ରାଜି ହେଇଗଲା। ଆମର ସବୁ ଛୋଟ ଛୋଟ ଖୁସି କୁ ପୁରଣ କରିବାକୁ ଯାଇ ସବୁ କିଛି କରିଛ ଅଭାବ ରେ ଥିଲେ ବି ମୋ ପେଟ କେବେ ଖାଲି ରହିନ। ହେଲେ ଆଜି ମୁ ଏତେ ଟଙ୍କା ରୋଜକାର କରି ବି ଟିକେ ଖାଇବାକୁ ମିଳିଲାନି ଟିକେ ଖୁସି ବି ପାଇଁ ପାରିଲିନି ଆଉ ସବୁଠୁ ବଡ ବୋକା ମୁ ଘରେ ଖୁସି ଥାଉ ଥାଉ ମୁ ବାହାରେ ଖୁସି ଖୋଜୁଥିଲି। ମୁ ଭୁଲିଯାଇଥିଲି ବିଶ୍ୱ ବ୍ରହ୍ମାଣ୍ଡ ମୋ ବାପା ଙ୍କ ପାଖରେ ହେଲେ ମୁ ଏ ଦୁନିୟା ରେ ନିଜ ଖୁସି ପାଇଁ ମୋ ବାପା ମା ଙ୍କ ଖୁସି ମୁ ଭୁଲି ବଡ ଭୁଲ କରିଛି। ତମେ ସବୁବେଳେ ମୋ ଖୁସି ଦେଖିଛ। ମୁ କେବେ ବି ତୁମକୁ କୁଆଡେ ବୁଲେଇବାକୁ ନେଇନାହିଁ । 
ବାପା- ଆରେ ଆମ ଖୁସି ତ ତମେମାନେ। ତମ ଦୁଇ ଜଣ ଙ୍କୁ ଦେଖି ମୁ ବହୁତ ଖୁସି । ବୋଉ ରୋଷେଇ କରି ସମସ୍ତଙ୍କ ପାଇଁ ଖାଇବା ବାଢେ। ବିନୁ ଓ ନିତୁ ଖାଇବା ପାଇଁ ବସିଯାନ୍ତି। ବିନୁ ର ସେଇ ପିଲା ଦିନ ସ୍ମୃତି ମନେ ପଡେ।ନିତୁ ବି ନିଜ ଭାଗ ରୁ କିଛି ବାହାର କରି ବିନୁ ର ଥାଳି ରେ ଦେଇଦିଏ। ବିନୁ ର ଆଖିରୁ ଖୁସି ର ଲୁହ ଆପେ ଆପେ ବାହାରି ଆସେ। ସମସ୍ତେ ଯେମିତି ଆଗରୁ ଭଲପାଉଥିଲା ଏବେ ବି ସେମିତି ଭଲ ପାଉଛ ହେଲେ ମୁ ବଦଳି ଯାଇଛି। ମୋ କର୍ତ୍ତବ୍ୟ ମୁଁ ଭୁଲି ଯାଇଛି। ସମସ୍ତଙ୍କ ଖୁସି ପାଇଁ ବି ଆଖିରେ ଲୁହ ଆଜି ମୁ ଜାଣିପାରିଛି । ଖୁସି ନେବା ଠୁ ଖୁସି ଦେବା ରେ କେତେ ସୁଖ ଥାଏ। ବିନୁ ଧିର ସ୍ଵର ରେ ବୋଉ କୁ ପଚାରିଲା ତୁ ତୋ ପାଇଁ ରଖିଛୁ ତ ତରକାରୀ। ମା- ହଁ ରଖିଛି ରେ । ତୁ ଖା ବାପା। ବିନୁ - ନା ମତେ କଡେଇ ଆଣିକି ଦେଖା। ତୁମେ ମୋର ସବୁ ଛୋଟ ଛୋଟ ଖୁସି କୁ ପୁରଣ କରିଛ। ଏବେ ମୁ ତୁମର ସବୁ ଖୁସି ପୁରଣ କରିବି। ଯାଇ କଡେଇ ଦେଖିବାରୁ ଦୁଇ ଖଣ୍ଡ ଆଳୁ ଆଉ ଟିକେ ଝୋଳ। ବିନୁ - ବୋଉ ତୋ ପାଇଁ କାଇଁ। ତୁ ମୋ ପାଖରେ ବସ ଆଜି ତୁ ମୋ ସହ ଖାଇବୁ ମୁ ତତେ ଖୋଇଦେବି। ନିତୁ - ବାପା ମୁ ବି ତମକୁ ଖୋଇଦେବି। ବାପା ମା ଙ୍କ ପାଇଁ ୟା ଠୁ ବଡ ଖୁସି କଣ ହେଇପାରେ। ନୂଆ ବର୍ଷ କୁ ବହୁତ ଖୁସି ରେ ପାଳନ କଲେ.


(ମୋର ତୁମଠୁ ଏତିକି ଇଛା ଥରଟିଏ ତମ ବାପା ମା ଙ୍କ ପାଇଁ ଗୋଟେ ଦିନ ହେଲେ ମଧ୍ୟ ତାଙ୍କୁ ପିଲାଙ୍କ ଭଳି ସ୍ନେହ ପ୍ରେମ ଆନଦ ରେ ନୂଆ ବର୍ଷ କୁ ଉପଭୋଗ କର .। ମୋ ତରଫ ଏହି ନୂଆ ରେ ବର୍ଷ ଆପଣ ମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା।ନୂତନ ବର୍ଷ ଆପଣ ମାନଙ୍କ ପାଇଁ ଖୁସି ଆଉ ସମୃଦ୍ଧି ହେଉ। "ଅନ୍ୟ ର ଖୁସି ହିଁ ଆତ୍ମା ର ତୃପ୍ତି " ଏ ବର୍ଷ ରେ ଯଦି ମୁ ଆପଣ ମାନଙ୍କ ମନକୁ କଷ୍ଟ ଦେଇଥାଏ ତେବେ କ୍ଷମା କରି ନିଜର କରିନେବେ ଭଲ ଲାଗିଲେ Share& like & Comments କରିବା ପାଇଁ ଭୁଲିବେ ନାହିଁ।।ଜୟ ଜଗନ୍ନାଥ🙏)


ରଚନା : ଦେବବ୍ରତ ବାରିକ

ଠିକଣା : ଆନନ୍ଦପୁର କୋର୍ଟ
ଆନନ୍ଦପୁର, କେନ୍ଦୁଝର, ଦୂରଭାଷ :