ଚକ୍ର ଆଢୁଆଳ ଲୋଡ଼ା ନାହିଁ ପ୍ରଭୁ,
ମାଆ ପଣତକାନି ମୋ ଭରସା,
ତୁମ୍ଭେ ଭୁଲି ଯିବ ଭକତ କୁ ତୁମରି,
ସେ ଭୁଲିବନି ହେଲେବି ରାଗ ରୁଷା ।।
ସରଗଠୁ ବଳି ତା ମମତା ର ଘର,
ଯହିଁ ବଢି ମୁଁ ଦେଖିବି ଏ ସଂସାର,
ତା ହୃଦ ଉଷ୍ଣତା ଶକତି ମୋହର,
ଜୟ କରିବି ଶତ୍ରୁ ଯେତେ ହେଲେ ବୀର ।।
ସବୁ ଦୃଷ୍ଟି ରକ୍ଷା କରି ମୋତେ ସେହି,
ପ୍ରତି କ୍ଷଣ ରେ ମୋପାଇଁ ଚିନ୍ତେ,
ମୋ ହସେ ହସେ ମୋ ଦୁଃଖେ ଦୁଖୀ,
ପ୍ରଭୁ ବିତା ପାଦ ଙ୍କୁ ଚିନ୍ତେ ।।
କୋଳ ରେ ତାହାର ଜନ୍ମ ହେଇଛି,
ମାଗୁଛି ତୁମ କୁ ଏ ମିନତୀ ମୋର,
ଭୀଷ୍ମ ପରାଏ ହରି ନିଅ ମୋ ପ୍ରାଣ,
ସେହି କୋଳେ ପ୍ରାଣ ଛାଡୁ ଏ ଶରୀର ।।
ମହାଗାଲୁଆ ସନୁ, ଗୁଣୁପୁର, ରାୟଗଡା
ମୋ ମାଆ - ମହାଗାଲୁଆ ସନୁ
August 14, 2018
0
