ନୂଆ ବର୍ଷ ଆସେ
କିଛି ପୁରୁଣା ସ୍ମୃତିକୁ ହଜେଇ
ଆଉ କିଛି ନୂଆ ଘଟଣା
ଭେଟିଦେବା ଆଶାରେ
ହେଲେ ସେ କାହାପାଇଁ
କ'ଣ ଯେ ସାଇତିଛି
କିଏ ଜାଣେ ??
ତଥାପି ଆଶାରେ କ'ଣ
ବାଡବତା ଥାଏ !
ସେ'ତ ଭରୁଥାଏ ଜୀବନକୁ
ପ୍ରତି ମୁହୂର୍ତ୍ତରେ ।
ଗୋଟିଏ ଗୋଟିଏ ମୁହୂର୍ତ୍ତର
ସମାହାର ବର୍ଷଟିଏ
ତେବେ ପ୍ରତିଟି ମୁହୂର୍ତ୍ତକୁ
କାହିଁକି କରିବାନି ଭବ୍ଯ
ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏ
ତା ପରେ ସିନା
ଯାଇପାରିବା ନିଦ୍ରା ନିଶ୍ଚିନ୍ତରେ ।
କିଛିତ ସାଇତିବାକୁ ହେବ
ଆସନ୍ତା ଜନ୍ମ ପାଇଁ
ଖାଲି ଏମିତି ବୁଡିଯିବା ନାହିଁ
ଜୀବନ ଜଞ୍ଜାଳ ଭିତରେ
ସବୁକିଛି ସମ୍ଭବ
ଶୃଙ୍ଖଳିତ ଜୀବନ ଚର୍ଯ୍ୟାରେ
ସମୟକୁ ବାଣ୍ଟିଦେବା
ବିଭିନ୍ନ ଭାଗରେ ।
ଏଇତ ଜୀବନ
ଆଜି ଯିଏ ନୂଆବର୍ଷ
କାଲି ତ ପୁରୁଣା
ଅଭୂଲା କରିବା ତାକୁ
ଜିଇଁଥିବାଯାଏ,
ତେବେ ଏବେଠୁ କରିବା ଶପଥ
ଭୂଲ୍ କରିବାନି କେବେ
ହସ ଭରିଦେବା
ସବୁରି ମୁହଁରେ ।
ଭାଗ୍ଯକୁ ଦ୍ବାହି ନଦେଇ
ବିଶ୍ବାସ କରିବା କର୍ମରେ,
ତାହେଲେ ସାର୍ଥକ ହେବ
ନବ ବର୍ଷ ପାଳନ
ସ୍ବପ୍ନ ସବୁ ଧରାଦେବ
ହାତ ପାହାନ୍ତିରେ ।।


ରଚନା : ହାସ୍ୟମୟୀ ରାଜ୍

ଠିକଣା : ଓରାଳି, ହାଟଡିହି, କେନ୍ଦୁଝର । ଦୂରଭାଷ :