
ପ୍ରକୃତିର ଶୋଭା ପୁରୁଷ ରମଣୀ
ସୃଷ୍ଟି କରତା ରଚିଲେ
କେତେ ଯତନରେ ପାଳିଲେ ତାହାକୁ
ବସୁମତୀ ସମର୍ପିଲେ ll
ଏ ମଣିଷ ଆଜି ନୈତିକତା ଭୁଲି
ବିବେକକୁ ବଳି ଦିଏ
କନ୍ୟା ରତ୍ନଟିକୁ ଉପଭୋଗ୍ୟl ଭାବି
ସର୍ବୋସୋ ଲୁଣ୍ଠି ନିଏ ll
ବିକୃତ ମାନସିକ ପୁରୁଷ ଜନତା
ଘୃଣ୍ୟ କାମ କରି ବସେ
ରାସ୍ତା ଘାଟରୁ ଉଠାଇ କନ୍ୟାକୁ
ବଳାତ୍କାର କରି ହସେ ll
ଦେଖେ ନାହିଁ ସିଏ ଶିଶୁ କି ଯୁବତୀ
କାମନାରେ ଅନ୍ଧ ଥାଏ
ନିଷ୍ପାପ ଶିଶୁଟି କିଛି ନ ଜାଣି
ଯନ୍ତ୍ରଣାରେ ଜର୍ଜରିତ ହୁଏ ll
ସମାଜ ଜନତା ପାଇଁ କନ୍ୟାରତ୍ନ ଆଜି
ଅଭିଶପ୍ତର କଳି
ପ୍ରତି ପଦକ୍ଷେପ ବିପଦ ସଂକେତ
ଅକାଳରେ ଯାଏ ଢଳି ll
ଖବର କାଗଜ ଟିଭି ସମ୍ବାଦରୁ
ଶୁଣିବାକୁ ମିଳି ଥାଏ
ଗଣ ଦୁଷ୍କର୍ମ ଅବା ବଧୂ ହତ୍ୟା
ନିର୍ଯ୍ୟାତିତl ନାରୀ ହୁଏ ll
ଦୋଷ ନ କରି ନାରୀ ହୋଇ ଯାଏ ଦୋଷୀ
ସମାଜ ଆଖିରେ ସିଏ
ହୁଏ ସେ ଲାଂଛିତା ଅତ୍ୟାଚାରିତା
ବ୍ୟଥା ବୁଝିବ ତାର କିଏ ?ll
ସ୍ୱାଭିମାନ ତାର ନଷ୍ଟ ହୋଇଯାଏ
ଆଶା ସ୍ବପ୍ନ ଯାଏ ମରି
ଡରିଡରି ଦିନ ଶେଷ ହୋଇଯାଏ
କେତେକ ଯାଆନ୍ତି ଶରି ll
ଏଭଳି ପୁରୁଷ ସମାଜ କଳଙ୍କ
ଯଥେଷ୍ଟ ନୁହେଁ ତ ଫାସି
ଏଭଳି ପାପିକୁ ନପୁଂଷକ କରି
ଅନୁତପ୍ତେ ଜଳାଅ ରସି ll