ସାହିତ୍ୟ ସମାଜର ହିତାର୍ଥେ କିନ୍ତୁ ଆଜିର ସାହିତ୍ୟ ଦରବାରରେ ନାହିଁ ସେ ଭାବନା କି ନାହିଁ ସେ ସକାଳ ସୂର୍ଯ୍ୟର ସୁନେଲି କିରଣ, କେବଳ ଶୀତଦିନିଆ କୁହୁଡ଼ିର ପରିପୂର୍ଣ୍ଣ ଧୂସର କିରଣ । କେତେକ ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ହାତରେ ସାହିତ୍ୟର ଶବ୍ଦଗୁଡିକ କାହିଁକି ବାନ୍ଧି ହୋଇଯିବାକୁ ଯାଉଛି ଏହା କ'ଣ ଆମ ସମାଜ ପାଇଁ, ଶିକ୍ଷା ପାଇଁ, ଆଗାମୀ ମୋ' କୁନା -କୁନି ଭାଇ ଭଉଣୀମାନଙ୍କ ପାଇଁ, ନିମ୍ନଗାମୀ ହେବା ପାଇଁ ରାସ୍ତା ପରିଷ୍କାର ହେଇଯାଉନି କି !!! ଯଦି ଆଜି କେହି ଜଣେ କିଛି ବଡ ପଦପଦବୀରେ ଥାଏ ତେବେ ସେ ଯାହା କହେ ତା' ହଁରେ ହଁ ମିଶାଇ ଚାଲୁଛନ୍ତି, ଏହା ଆମ ବୋକାମୀର ପରିଚୟ ନେଇ କେତେଜଣ ମୁଷ୍ଟିମେୟ ମଣିଷ ଏହା କହନ୍ତି " ମୁଁ ସାହିତ୍ୟ ଦରବାରର ସୂର୍ଯ୍ୟ, ମୋ' ଦ୍ବାରା ସାହିତ୍ୟ ସୃଷ୍ଟି, ହଁ.... ହଁ ମାତ୍ର ଆଉ ଦଶଟି ବର୍ଷ ପରେ ଘରେ ଘରେ ମୋ' ଲେଖା ପଢିବ", ଏହା କେତେଦୂର ଯଥାର୍ଥ । କେଉଁ କେଉଁ ଜିଲ୍ଲାରେ ଏମିତି ସାହିତ୍ୟିକ ଜନ୍ମ ହେଲେଣି ଯେ, କହନ୍ତି ଏହି ଆମ ଜିଲ୍ଲାରେ ସାହିତ୍ୟ ମୋ' ଯୋଗୁଁ ହିଁ ବଞ୍ଚିଛି, ବାଃ ବାଃ ରେ ସାହିତ୍ୟିକ ଏହା ତୁମେ ବୋଧେ ଭୁଲିଯାଇଛ -ଭଜରାମଙ୍କ କଲମରୁ-
"ଆସିଛି ଯୌବନ ଯାଇଛି ଚାଲି,
ବୃଦ୍ଧ ବୃଦ୍ଧା ବେଳ ମରଣ ଜାଲି,
କୋଠାବାଡି ତୋ'ର ପଡିବ ଖାଲି,
ପୋଡିଦେବେ ତୋତେ ମରିଲୁ ବୋଲି" ।
ଏହା ହିଁ ସତ୍ୟ ସାହିତ୍ୟ ସମୁଦ୍ରକୁ ସନ୍ତରଣ କରିଥିବା ମହାନାୟକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ଲେଖାକୁ ସମୀକ୍ଷା କରିବା ପାଇଁ କବି କାହାନ୍ତି ହେଲେ ଆଜି ଟିକିଏ କିଛି ଲେଖିଲେ କିମ୍ବା କିଛି କବିଙ୍କୁ ଗୋଷ୍ଠୀ କରି ନିଜକୁ ସାହିତ୍ୟର ସୃଷ୍ଟିକର୍ତ୍ତା ବୋଲି ଭାବିବା କେତେଦୂର ଠିକ୍ । ହେ ମୁଷ୍ଟିମେୟ ସାହିତ୍ୟିକମାନେ ଥରେ ସାହିତ୍ୟ ଦର୍ପଣ ଆଗରେ ନିଜ ମୁହଁକୁ ଦେଖ ଆଉ ମାତ୍ର ପଞ୍ଚମ ପଢିଥିବା ମହାନୁଭବ ମହାନାୟକ ଗଙ୍ଗାଧର ମେହେରଙ୍କ ସାହିତ୍ୟ ଦର୍ପଣରେ ପ୍ରାଞ୍ଜଳ ଭାବେ ଦେଖାଯାଉଥିବା ସେ ବିଜ୍ଞ୍ଯ ପୁରୁଷଙ୍କ ମୁହଁ ଦେଖ, ଜାଣିପାରିବ ତୁମ ମୁହଁରେ କେତେ କାଚଡା ଭରି ହୋଇ ରହିଛି ।
ଶେଷରେ ମୋର ଏତିକି ଅନୁରୋଧ ଆସ ସାହିତ୍ୟକୁ ସମାଜର ହିତାର୍ଥେ ଲଗାଇବା, ଯଦି ଆମେ ସାହିତ୍ୟ ପାଇଁ କିଛି କରୁଛନ୍ତି ତାହା ଆଗାମୀ ସମୟ କହିବ ଡିଣ୍ଡିମ ପିଟିବା କିଛି ଆବଶ୍ୟକ ନାହିଁ ।
ଆଜିର ଯୁବ ଗୋଷ୍ଠୀମାନେ ଅନ୍ୟ ସାହିତ୍ୟିକଙ୍କୁ ସମ୍ମାନ ଦିଅ ଏହା ନାହିଁ ଯେ, ସେ ଯଦି ସମାଜର, ସାହିତ୍ୟର ଅମଙ୍ଗଳ କରିବାକୁ ଯାଉଛନ୍ତି, ତା'ହେଲେ ସେଥିରୁ ନିବୃତ୍ତ ହୁଅ ଦେଖିବ ସାହିତ୍ୟ ସୁନ୍ଦର ଓ ପରିମାର୍ଜିତ ହୋଇପାରିବ । ତେଣୁ ହେ ଯୁବସାହିତ୍ଯିକ ପଇସା ଦେଇ ମାନପତ୍ର କିମ୍ବା ଟ୍ରଫି ନେବନାହିଁ , କୌଣସି ସାହିତ୍ୟ ଅନୁଷ୍ଠାନ ସଦସ୍ୟ ହେବା ପୂର୍ବରୁ ସେ ସମ୍ପାଦକ/ସମ୍ପାଦିକା ଙ୍କୁ ଭଲଭାବରେ ବୁଝି ସଦସ୍ୟ ହୁଅ । କୌଣସି ପତ୍ରିକାକୁ ସୁଦୃଢ଼ କରିବା ପାଇଁ କେବଳ ପତ୍ରିକାର ମୂଲ୍ୟ ଦିଅ ଲେଖାପାଇଁ ଟଙ୍କା କିମ୍ବା ଫୁସୁଲାଫୁସିଲି କର ନାହିଁ । କେଉଁ ସାହିତ୍ୟିକଙ୍କ ପଛରେ ଗୋଲାମୀ କରନାହିଁ ବରଂ ତାଙ୍କ ଭଲଗୁଣକୁ ଗ୍ରହଣ କରି ଅନ୍ୟ ଗୁଣସବୁ ସେହି ସାହିତ୍ୟିକଙ୍କ ଆଗରେ ହିଁ ଭୁଲିଯାଅ । ଦେଖିବ ସୁନ୍ଦର ସାହିତ୍ୟ ଜଗତଟିଏ ସୃଷ୍ଟି ହେବ ପୁଣି ଆପଣମାନଙ୍କ ମଧ୍ୟରୁ ଫକିର ମୋହନ ସେନାପତି, ମଧୁସୂଦନ, ଗଙ୍ଗାଧର ମେହେର, ଉପେନ୍ଦ୍ର ଭଞ୍ଜ ଭଳି ବିଜ୍ଞ ପୁରୁଷ ଜନ୍ମ ହୋଇପାରିବେ ।
ଯଦି ନିଜକୁ ଆଗକୁ ନେବାପାଇଁ ଅଇଣ୍ଠା ଖଲି ଚାଟିବା ତା'ହେଲେ ସେମିତି ଜୀବନସାରା ସାହିତ୍ୟିକ ହେବା ଛାଡ ନଂପୁସକ ହେବାପାଇଁ ଚୌକିଟେ ତିଆରି କରୁଛୁ ବୋଲି ଭାବିବା ଉଚିତ ।
0 Comments
You can write now your valuable comments here. Off-topic comments may be removed or deleted without prior notice.