ଆଜିର ଝିଅ ମୁଁ ନୁହେଁ କେବେ ନ୍ୟୁନ
ଦୁର୍ବଳା ଅବଳା ନୁହେଁ ହୀନିମାନ
ପ୍ରତିଟି କ୍ଷେତ୍ରେ ମୁଁ ଆଗୁଆ
ଆମେ ଆଣି ଦେବୁ ନବୀନ ଆଲୋକ
ଦେଖିବ ଏ ସାରା ଦୁନିଆଁ ।
ଆମରି ଭିତରେ ରାଣୀ ଲକ୍ଷ୍ମୀବାଈ
ସାବିତ୍ରୀ ପଦ୍ମିନୀ ଭକ୍ତ ମୀରାବାଈ
ଦୁର୍ଗାବତୀ ବୀରା ରମଣୀ
ଗାର୍ଗୀ ମୈଥିଳୀ ଖନା ପରି ଥିଲେ
ଏ ଭାରତେ ଜ୍ଞାନୀ ଗୁଣୀ ।
ଥିଲେ ଆମ ନେତ୍ରୀ ଇନ୍ଦିରା ଗାନ୍ଧୀ
ଆଇ ପି ଏସ୍ ଶ୍ରେଷ୍ଠ କିରଣ୍ ବେଦୀ
କବି ସରୋଜିନୀ ନାଇଡୁ
ପ୍ରାଣ ବିସର୍ଜିଲେ ମଦର ଟେରେସା
ସେବା ସୈ।ଧ ଗଢୁ ଗଢୁ ।
ଏ ଯୁଗର ଆମେ ଆଗୁଆ ସୈନିକା
ହେବୁ କବି ନେତ୍ରୀ ଗୁରୁ ପ୍ରଶାସିକା
ଦୁହିତା ଭଗିନୀ ଜନନୀ
ଆମେ ଗୃହଲକ୍ଷ୍ମୀ ଦୁର୍ଗା କାଳୀ ପୁଣି
ନବ ସୃଷ୍ଟିର ବିନ୍ଧାଣି ।
**********ଘନଶ୍ୟାମ ସାହୁ ***********
ସହ-ସମ୍ପାଦକ, ତ୍ରିଧାରା ସାହିତ୍ୟ ସଂସଦ, ବଇଣ୍ଡା,
ଜିଲ୍ଲା - ଅନୁଗୋଳ
ମୋବାଇଲ ନମ୍ବର - ୭୯୭୮୦୫୭୬୯୫


ରଚନା : ଘନଶ୍ୟାମ ସାହୁ

ଠିକଣା : ବଇଣ୍ଡା, ପୋ:ଅ: କିଶୋରଗଞ୍ଜ, ଜିଲ୍ଲା - ଅନୁଗୋଳ ଦୂରଭାଷ : ୭୯୭୮୦୫୭୬୯୫