କବିତା - ଜହ୍ନ ଉଇଁଥିବ - ତପନ ଦୀକ୍ଷିତ (ବେଳାଭୂମି)

0

ରୁତୁଦେହେ ଥିବ ମହକ ତୁମର
ପବନେ ପୂବେଇ ପ୍ରେମ
କେରି କେରି ହୋଇ ଉଡୁଥିବ ସାଥି
ଅସଜଡ଼ା କେଶ ତୁମ,
ବୁଡି ଯାଉଥିବେ ସୁରଜ ଦେବତା
ପ୍ରତିଚୀ ଗଗନ କୋଳେ
କୃଷ୍ଣଚୂଡ଼ା ଦେହେ ରଙ୍ଗ ଲାଗିଥିବ
ଗୋଧୂଳି ଲଗନ ବେଳେ,
ଚୁନା ଚୁନା ସେଇ ସୋରିଷ ଫୁଲରେ
ସୁନା ରଙ୍ଗ ଖେଳୁଥିବ
ଅଳସି ସଞ୍ଜଟା ପାଦ ଥାପି ଥାପି
ଧୀରେ ଧୀରେ ଆସୁ ଥିବ,
ଜହ୍ନ ଉଠୁଥିବ ମୁଁ ହଜିଥିବି
ପେଟ ପାଟଣା ରୁ ଫେରି
ତୁମେ ଖୋଜୁଥିବି ପଲକେ ସପନ
ମୁଁ ହେଉଥିବି ଝୁରି,
କଳ୍ପନା କୁସୁମ ଭାବ ଚାଙ୍ଗୁଡିରେ
ଶୂନ୍ୟତାରୁ ତୋଳୁ ଥିବି
ଗୁନ୍ଥୁ ଥିବି ବସି କବିତା ଗଜରା
ତୁମ ପାଇଁ ଭାବି ଭାବି ।।
 

ରଚନା : ବେଳାଭୂମି (ତପନ ଦୀକ୍ଷିତ)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ,  ଦୂରଭାଷ : 9537400744

Post a Comment

0Comments
Post a Comment (0)