
ଭାବି ହିଁ' ନଥିଲି
ସେଇଥି ପାଇଁ ତମକୁ
ତମେ ବୋଲି ଭରଷି ନଥିଲି,
କେମିତି ପରତେ ହେବ
ସେ ଫେରିଛି ପୁଣି
ଦୋଷୀର ମୁକୁଟ ପିନ୍ଧେଇ ଯିଏ ବର୍ଜିଥିଲା
ମୋ ଭକ୍ତି, ମୋ ଭାବନା
ଲାଗିଥିଲି ଯାହାକୁ ମୁଁ ଛଳନା ଛଳନା।
ଦେଇନି ଉତ୍ତର, ମନ ଉଣା କରିନାହିଁ
ଯେତେ ଗାଳି କଲ, ଝିଙ୍କାସିଲ
ଓଃ...ଧନ୍ୟ ସେ ଅସହା କଥା
ଶୁଣି ନଥିଲି କେବେ କା' ପାଖରୁ
ସରମରେ ମହୀ'କି ପୋତିଲି ମଥା।
ଭୁଲ୍ ମାନେ ଫତ୍'କୁଛନ୍ତି
ଏଠାରେ ସେଠାରେ
ଆବୋରିବାକୁ କେବେ ନା କାହାକୁ
ଉଚ୍ଚାରଣ ଆଚରଣକୁ ଗିଳି ପକେଇବାକୁ,
କହିବ'କି... ଅନୁପମା
କେବେ କି' ତୁମର ଭୁଲ୍ ହୋଇନାହିଁ
କେହି ତୁମକୁ ମହାନତରେ ତାର
କ୍ଷମା ଦେଇନାହିଁ??
ଯଦିଓ ରୋକି ପାରିଲିନି
ଓଗାଳିଣ ବାଟ
ଭଲରେ ଥାଅ ଗୋ ବୋଲି
ଶୁଭ ମନାସିଛି...
ଅହରହ ମୋ ଭିତରେ ତୁମକୁ ବଞ୍ଚିଛି।
ବାସ୍ନାମୟ ଚଉପାଶେ
ଫୁଲ ଫୁଟିଗଲା ବୋଲି କଣ୍ଟା ବଣରେ
ପଥର ତରଳା ଗୀତ ଶୁଭେ ଅବେଳରେ
ପରାଣ ସଞ୍ଚାରି ଜଡ଼ରେ,
ଲାଗୁନି ଫେରିଛ ପରି ଜମାରୁ
ଯାଇକି,ଯାଇ ନଥିଲ ଯେହେତୁ
ତଥାପି ମୁଁ
ଦ୍ବନ୍ଦର ଆକାଶେ ଚଢ଼େଇ ହେଇ ବୁଲେ
କାରଣ ଖୋଜେ,ପ୍ରଶ୍ନବର୍ଷାରେ ଭିଜେ
ଝରିବ ଏ ଝରଣା ନିରନ୍ତର ଅବା
ଭାଙ୍ଗିଯିବ ବାଲିଘର କାହାଣୀ ଅଧାରୁ !!
