ହେ ଈଶ୍ଵର ପୁତ୍ର ଯୀଶୁ.....
ସ୍ନେହ,ଶାନ୍ତି ,ତ୍ୟାଗ,ଅହିଂସା ଓ ପ୍ରେମର ବାର୍ତ୍ତାବହ...
ସେବା,ମାନବିକତା ଓ ଭାଇଚାରାର ବୀଜ ବୁଣି ଦେଇଥିଲ
                ଏ ମର୍ତ୍ତ୍ୟ ଧାମରେ...
ଧନ୍ୟ ତୁମ୍ଭ ପିତା ଯୋଶେଫ୍ ଓ ମାତା ମେରୀ
    ଧନ୍ୟ ହୋଇଥିଲା ବେଥେଲହାମ୍ ସହର...
ଜନ୍ମ ନେଇଥିଲ ସିନା ମେଣ୍ଢାଶାଳରେ
କିନ୍ତୁ ଏ ବଶ୍ଵ ତୁମ୍ଭ ଦିବ୍ୟ ଆଲୋକରେ ହୋଇଥିଲା ଉଦ୍ଭାସିତ
         ସ୍ଵର୍ଗୀୟ ଗୁଣାବଳୀ ର ତୁମେ ଥିଲ ଆଦର୍ଶ..
ମହନୀୟ ଥିଲା ତୁମ୍ଭର ଅମୃତବାଣୀ ଓ କାର୍ଯ୍ୟ କଳାପ..
ଚକିତ କରିଥିଲା ସାରା ବିଶ୍ଵବାସୀଙ୍କୁ...
ତୁମେ କ'ଣ ଆବିର୍ଭାବ ହୋଇଥିଲ????
ସମାଜରୁ ଅନ୍ଧବିଶ୍ଵାସ,କୁସଂସ୍କାର,ଶୋଷଣ,ଅନ୍ୟାୟ,ଅତ୍ୟାଚାରର
ବିଲୋପ କରିବା ପାଇଁ ?????
ହେ ଈଶ୍ଵରଙ୍କ ସନ୍ତାନ----
ତୁମେ ପରା ବିଶ୍ଵକୁ ଶାନ୍ତି ଫେରିବାକୁ ସ୍ଵାଗତ କରିଥିଲ..
    ବିଶ୍ଵର ମଙ୍ଗଳ ପାଇଁ ଚେଷ୍ଟିତ ଥିଲ..
ତୁମର କର ସ୍ପର୍ଶରେ ରୁଗ୍ଣ ପାଲଟୁଥିଲା ସୁସ୍ଥ...
                    ଦୃଷ୍ଟିଶକ୍ତି  ଫେରି ପାଉଥିଲା ଦୃଷ୍ଟିହୀନ
ମୃତ ଶରୀରରେ ଜୀବନ ସଞ୍ଚାର ହେଉଥିଲା..

କିନ୍ତୁ ଏ କ'ଣ। ???
ତାର ପ୍ରତିଦାନରେ ଏ କ୍ରୁର, ନିଷ୍ଠୁର ମାନବ ଜାତି  କ୍ରୁଶବିଦ୍ଧ କରିଲା ତୁମକୁ......
ଝରଝର ଝରିଗଲା ରକ୍ତର ନିର୍ଝରିଣୀ..
ହସିହସି ସବୁ ଯନ୍ତ୍ରଣାକୁ  ଚାପିନେଲ ତୁମର ହୃଦୟରେ..
ଯନ୍ତ୍ରଣା ଜର୍ଜରିତ ଶରୀରକୁ ଚାପି ହସିହସି କହିଥିଲ..
"ହେ ପ୍ରଭୁ ମୋତେ ଯେଉଁମାନେ କ୍ରୁଶବିଦ୍ଧ କରିଛନ୍ତି ତାଙ୍କୁ ତୁମେ କ୍ଷମା କରିଦିଅ,
ସେମାନେ କ'ଣ କରୁଛନ୍ତି ନିଜେ ଜାଣି ପାରୁ ନାହାନ୍ତି"
ହେ ଯୋଗଜନ୍ମା ଏହା କ'ଣ ତୁମକୁ ପ୍ରତିଦାନ ବିଶ୍ଵବାସୀ ଙ୍କର?
   
         ପାପର ଭାରରେ ଏ ବିଶ୍ଵ ଅଶାନ୍ତ...
ଆଉଥରେ ଓହ୍ଲାଇଆସ ଏ ଧରାଧାମକୁ....
ଛାଇଦିଅ ସତ୍ୟ,ଶାନ୍ତି,ନ୍ୟାୟ,ଭାଇଚାରା,ସେବା ଓ ତ୍ୟାଗର ବାର୍ତ୍ତା
     ହଟାଇଦିଅ କାଳିମାର ଘନଘଟା
  କରିଛି ପ୍ରତୀକ୍ଷା...
         ହେ ଇଶ୍ଵରପୁତ୍ର।   
             ଆଉଥରେ ଓହ୍ଲାଇ ଆସ ଏ ଧରାଧାମକୁ.....
     

ଦମୟନ୍ତୀ ରଥ (ଡଲି), ଶିକ୍ଷୟିତ୍ରୀ
ନରସିଂହପୁର, ମୋ-୭୦୦୮୮୭୮୦୦୪