ଗୋଲୋକ ଧାମରୁ ଗୋକୁଳ ଆସିଛି
ତୁମ ସେବା କରିବାକୁ ,
ମାନବ ଅନ୍ତରେ ତୁମ ପ୍ରତି ସଦା
ଶ୍ରଦ୍ଧା, ଭକ୍ତି ଭରିବାକୁ ।

ମାଆ ଭଳି ତୁମେ ଆଉ ଏକ ମାଆ
ସ୍ନେହମୟୀ-ତ୍ୟାଗମୟୀ ,
କିଏ ନ ଜାଣିଛି ଜଗତ କଲ୍ୟାଣ
କରୁଥାଅ ତୁନି ରହି ।

ଆପଣା ଛୁଆର ପେଟ ଅଧା ରଖି
ମାନବକୁ ଦିଅ ସୁଧା ,
ତୁମ ସେବା ଆଉ ଆଶିଷ ବଳରେ
ଦୂର ହୁଏ କେତେ ବାଧା ।

ତୁମ ଶରୀରରେ ସକଳ ଦେବତା
ଆସି ହୋଇଛନ୍ତି ଠୁଳ ,
ତେଣୁ ତୁମ ସେବା କରିଲେ ଆନନ୍ଦେ
ରହିବେ ମାନବ କୁଳ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।