ଗlବ୍ରୀଏଲ୍ ଦୂତ କହି ଯାଇଥିଲେ
ଯୀଶୁଙ୍କ ଜନ୍ମ ବାରତା
ମହାଜ୍ଯୋତି ନେଇ ଜନମିବେ ଖ୍ରୀଷ୍ଟ
ଏ କଥା ନୁହେ ଅନ୍ୟଥା l୧l
ଯୀଶୁ ଖ୍ରୀଷ୍ଟଙ୍କର ଜନମ ବାରତା
ଶୁଣି ସୃଷ୍ଟି ଆନନ୍ଦିତ
ଦୂତଙ୍କ ନିର୍ଦ୍ଦେଶେ ପୁରୁବ ଦେଶରୁ
ଆସିଲେ ତିନି ପଣ୍ଡିତ l୨l
ଅନ୍ଧାର ରଜନୀ ଭିତରେ ତlରକା
ଦେଖାଇ ଚାଲିଲା ପଥ
ସୁବର୍ଣ୍ଣ କୁନ୍ଦୁରୁ, ଗନ୍ଧ ରସ, ଚାରୁ
ଧରି ହେଲେ ଉପନୀତ l୩l
ସୁଠlମ ସୁନ୍ଦର ଜନମନୋହର
ଜ୍ୟୋତିର୍ମୟ ଶୁଭ୍ର ତାରା
ସତ୍ୟ ସେତୁ ନିଷ୍ଠା ନୈବେଦ୍ୟକୁ ଧରି
ଉଦିଛନ୍ତି ତମ ହରl l୪l
ଧର୍ମଭାନୁ ଆସି ଜ୍ୟୋତି ପ୍ରକାଶିଲେ
ଇସ୍ରାଏଲ ପ୍ରଦେଶରେ
ବେଥଲି ହିମର ଗୋରୁ ଗୁହାଳରେ
ମାରିୟମଙ୍କ କୋଳରେ l୫l
ଐଶ୍ଵରିକ ତେଜ ନେଇ ଜନ୍ମିଛନ୍ତି
ତ୍ରାଣକର୍ତ୍ତା ପରମେଶ
ସ୍ଵର୍ଗବାହିନୀଏ ଉଚ୍ଚ ପ୍ରସଂଶାରେ
କରନ୍ତି କେତେ ଉଲ୍ଲାସ l୬l
ନେବଲ ବୀଣାର ସୁର ଝଙ୍କାରରେ
କମ୍ପୁଛି ଆଜି ମେଦିନୀ
କରତାଳି ଦେଇ ଆନନ୍ଦ ମନରେ
ସ୍ଵାଗତ କରେ ଧରଣୀ l୭l
ଖୋଜୁଛନ୍ତି ଯୀଶୁ ସୁଦ୍ଧ ଚିତ୍ତ ପ୍ରାଣେ
ନିର୍ମଳ ଅନ୍ତଃକରଣ
ଶାନ୍ତି ମୈତ୍ରୀର ସଂରକ୍ଷିତ ସ୍ଥାନେ
ନେବାକୁ ଆଜି ଜନମ l୮l
ସମସ୍ତେ ଆସିଲେ ଏ ଧରା ଧାମକୁ
କଲେ ଦୁଷ୍ଟ ନିବାରଣ
ପ୍ରଭୁ ଯୀଶୁ ତୁମେ ପାପୀକୁ କୋଳେଇ
ଦେଇଗଲ ପରିତ୍ରାଣ l୯l
ଜନମ ଦିନରେ ବିନମ୍ର ଭାବରେ
କରୁ ଅଛୁ ଏହି ଅଳି
ହୃଦୟର ଏହି ବିଶ୍ଵାସର ଅର୍ଘ୍ୟେ
ଘେନ ଆମ କୃତାଞ୍ଜଳି l୧୦l
ଏତିକି ଗୁହାରୀ ହେ ବିଶ୍ଵ ବିହାରୀ
କ୍ଷମl କରି ପାପ ଦୋଷ
ସରବ ପ୍ରାଣୀଙ୍କୁ ଭବାର୍ଣ୍ଣବୁ ତାରି
ସରଗେ କରାଅ ବାସ l୧୧l
0 Comments
You can write now your valuable comments here. Off-topic comments may be removed or deleted without prior notice.