ହେ, ବଡ଼ଦିନ
ଯୀଶୁଙ୍କ ପାଇଁ ତୁମେ
ହେଲ ତ ମହାନ,
ହେ ଡିସେମ୍ବର ପଚିଶ
ଜୀବନ ର ସବୁ ଖୁସି
ଓ ପାଇଛ ଆଶିଷ ।
ହେ ପୂଜ୍ୟ ପିତା ମାତା
ଜୋସେଫ ଓ ମେରୀ
ଭଗବାନ ଯୀଶୁ ଥିଲେ
ସନ୍ତାନ ତୁମରି!!
ମା 'ମେରୀ ତୁମ କୋଳ
ଧନ୍ୟ ହୋଇଗଲା
ଯୀଶୁ ପରି ପୁତ୍ର ତୁମ
କୋଳ ରେ ଖେଳିଲା!!
ନାରୀ ଜନମ ତୁମ
ହୋଇଲା ସାର୍ଥକ
ଆଉ କିବା ଜୀବନ ରେ 
ତୁମ ର ଯେ ଶୋକ?
ଧନ୍ୟ ହୋଇଲା ବେଥଲହାମର
ମାଟି,ସେଇ ମେଣ୍ଢାଶାଳ
ଅକ୍ଷୟ,ଅମର ହୋଇ ସେ
ରହିଲା କାଳ କାଳ ।।
ଯୀଶୁ ତ ଶିଖାଇ ଗଲେ
ମାନବ ର ଗୁଣ
ଦେଇଗଲେ ସମାଜକୁ ଶାନ୍ତି ର ବାର୍ତ୍ତା
ସ୍ୱଇଚ୍ଛାରେ ମରଣ କୁ କରିଲେ ବରଣ
କରୁଥିଲେ ଦିନ ରାତି ଜଗତ କଲ୍ୟାଣ ।।
ତାଙ୍କ ସ୍ପର୍ଷେ ରୁଗ୍ଣ ବ୍ୟକ୍ତି
ସୁସ୍ଥ ହେଉଥିଲା
ଅନ୍ଧର ଦୃଷ୍ଟିଶକ୍ତି ଫେରିଆସୁଥିଲା
ଈଶ୍ୱରଙ୍କ ପୁତ୍ର ବୋଲି
ବିଶ୍ୱାସ ଯେ ଅଛି
ଆଜି ଯାଏ ତା।ଙ୍କ ଗୁଣ ଚର୍ଚ୍ଚା ଯେ ହେଉଛି ।।
ଏଇ ସେ ପୂଣ୍ୟ ଭାରତ ଆଜି
କଳୁଷିତ
ମାନବିକତା ଯେଉଁଠି ହେଉଛି
ବିଲୁପ୍ତ!!
ଚାରିଆଡେ ହିଂସା,ଦ୍ୱେଷ,ଅନୀତି ଅଧର୍ମ
ଭୟ ଓ ସନ୍ତାପେ ଲୋକେ
କାଟନ୍ତି ଜୀବନ!
ନାହିଁ ଆଜି ଯୀଶୁ କିବା ନାହିଁ ଗାନ୍ଧୀନୀତି ,
କିଏ ଦେବ ପରାମର୍ଶ
ତେଜିବ ଏ ଜାତି?
ପାପ ର କାଳିମା ହଟି
ପୂଣ୍ୟ ଆଲୋକ ଖେଳିବ
ଯୀଶୁ ଓ ଗାନ୍ଧୀ ଙ୍କ
ସ୍ବପ୍ନ ସଫଳ ହୋଇବ।।

ସରସ୍ବତୀ ପଣ୍ଡା, ମଙ୍ଗଳପୁର, ଯାଜପୁର
ମୋ-୭୬୦୮୯୪୦୮୨୩