କବିତା - କ୍ଷମାସାଗର ହେ ସୁଦୟା କର - ଘନଶ୍ୟାମ ସାହୁ

0
କ୍ଷଣଭଙ୍ଗୁର ଏ ଜୀବନ ମୋହର
କ୍ଷଣେ ମାତ୍ର କେବେ ଭୁଲି ନାହିଁ,
କ୍ଷମାନିଧି ନାମେ ଉତ୍ସର୍ଗୀକୃତ ମୋ
କ୍ଷଣିକ ଜୀବନ ତୁମ ପାଇଁ ।।୧।
କ୍ଷୀରାବ୍ଧୀତନୟାରମଣ ଶ୍ରୀ ହରି
କ୍ଷେତ୍ର ତୁମ ଅଟେ ଶିରୀକ୍ଷେତ୍ର
କ୍ଷୟ ହୁଏ ପାପ ଜନମ ଜନମ
କ୍ଷଣେ ସ୍ମରି ତୁମ ନାମ ମାତ୍ର ।।୨।
କ୍ଷମାର ସାଗର ହେ କରୁଣା କର
କ୍ଷଣେ ମାତ୍ର କୃପା ନେତ୍ରେ ଦେଖ
କ୍ଷମ ଅପରାଧ ଯାହା ଅଛି ମୋର
କ୍ଷୀଣ ହେଉଛି ଜୀବନାଲୋକ ।।୩।
କ୍ଷଣପ୍ରଭା ପରି ଦେଖା ଦିଅ ଥରେ
କ୍ଷଣିକେ ତନୁ ହେଉ ପବିତ୍ର
କ୍ଷୁଦ୍ର ନର ଜନ୍ମୁ ଲଭିବି ମୁକତି
କ୍ଷମାସାଗର ସୁଦୟା କର ।।୪।


******ଘନଶ୍ୟାମ ସାହୁ **********
ସହ ସମ୍ପାଦକ- ତ୍ରିଧାରା ସାହିତ୍ୟ ସଂସଦ,
ବଇଣ୍ଡା, ଜିଲ୍ଲା -- ଅନୁଗୋଳ
ମୋବାଇଲ ନମ୍ବର-- ୭୯୭୮୦୫୭୬୯୫


ରଚନା : ଘନଶ୍ୟାମ ସାହୁ

ଠିକଣା : ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା- ଅନୁଗୋଳ,  ଦୂରଭାଷ : ୭୯୭୮୦୫୭୬୯୫

Post a Comment

0Comments
Post a Comment (0)