ନିରକ୍ଷରତାର ଅନ୍ଧାରୀ ଗୁହାରୁ
ସୂର୍ଯ୍ୟ ଦେଖିବା ପାଇଁ
ସାକ୍ଷରତା ଆଣେ ନୂତନ ଚେତନା
ହୃଦୟ ଉଠଇ ଚେଇଁ ।
ଶିକ୍ଷାର ଆଲୋକ ଦୁର୍ଲଭ ଦୁର୍ମୂଲ୍ୟ
ଜୀବନେ ଜିଇଁବା ପାଇଁ
ଅଶିକ୍ଷା ଅନ୍ଧାର ସମାଜେ କଳଙ୍କ
ସୃଷ୍ଟିକୁ ବିନାଶଇ ।
ଗରୀବ୍ ହଟାଇ କର୍ମର ଆହ୍ବାନେ
ଜଗତେ ଜଗାଇ ଥାଇ
ଶିଶୁର ସୁରକ୍ଷା ସୁସ୍ଥ ମାତୃତ୍ୱ
ଶିକ୍ଷା ଯେ ଦେଇଥାଇ ।
ଶିକ୍ଷା ମହାଧନ ସୃଜନ ସମ୍ମାନ
ପୂର୍ଣ୍ଣତାର ସୂତ୍ର ସେଇ
ସବୁତ ଅଧୁରା ତା ବିନା ସତରେ
ମଣିଷ ଜୀବନ ବହି ।
ପୁର୍ଣ୍ଣ ସାକ୍ଷରତା ସ୍ଵପ୍ନ ଆମର
ପୁରଣ ଯେ ହୋଇନାହିଁ
ବିଶ୍ଵ ସାକ୍ଷରତା ଦିବସ ଆସିଛି
କାନେ କାନେ ଦବ କହି।

Writer's Details: ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ )
ଓରାଳି,ହାଟଡିହି, କେନ୍ଦୁଝର ।।
Content Category:
Submission Date: Nov 12, 2019