• କଳ କଳ ନାଦେ
• ଛଳ ଛଳ ହୋଇ
• ଛଇଳା ଛଇଳୀ ନଈ
• ଝର ଝର ଝରି
• ଝରି ଯାଉଅଛି କେତେ ଜନପଦ ଛୁଇଁ ।।
• କାଚ କେନ୍ଦୁ ସ୍ଵଚ୍ଛ
• ନୀଳ ଜଳରାଶି
• କି ଅବା ନୀଳ ଦର୍ପଣ
• ମୃଗାଙ୍କ, ମିହିର
• ସେ ନୀଳ ଦର୍ପଣେ ହେଉଥାନ୍ତି ପ୍ରସାଧନ ।।
• କେତେ ଗିରି,ଦରୀ,
• ପ୍ରାନ୍ତର,କାନନ
• କ୍ଷଣେ ନଈ କ୍ଷେପି ଆସେ
• ନଦୀ ଧାରେ କେତେ
• ରମ୍ୟ ମହୀରୁହ ଆହା କି ସୁନ୍ଦର ଦିଶେ ।।
• ସାଗରେ ମିଶିବା
• ପାଇଁ ନଈ କେତେ
• ଚଳ ଚଞ୍ଚଳ ଗତି
• ମହାମିଳନ ର
• ଆକୁଳ ଆବେଗେ ଫୁଲି ଉଠେ ଯଥା ଛାତି ।।
• ନହୁଲୀ କିଶୋରୀ
• ଅନୁଢା କୁଆଁରୀ
• ମିଳନ ପିପାସା ଆଶା
• ପୁରଣ ହୁଅଇ
• ଯେମିତି ମିଶିଲେ ଭୁଲିଯାଏ ନିଜ ଭାଷା ।।
• ବେଗବତୀ ନଦୀ
• ତେମନ୍ତେ ଆନନ୍ଦେ
• ବହୁଅଛି ନିରନ୍ତର
• ନାହିଁ ତ ଶୋଚନା
• ନିଜର ଅସ୍ତିତ୍ଵ ହଜାଇ ଦେବ ସାଗର ।।
• ଏହି ଏ ସଂସାର
• ମିଳନ ଆତୁର
• ଚପଳା ଯେହ୍ନେ ଗଗନେ
• ମିଶିଯାଏ କ୍ଷଣେ
• ଜୀବ ମିସେ ତଥା ପୂଣ୍ୟ ନିରାକାର ବ୍ରହ୍ମେ ।।
• ନଦୀ ବେଗବତୀ
• ଜୀବର ଜୀବନେ
• ଆଦର୍ଶ ଜୀବନ୍ତ ଭାଷା
• ପ୍ରଭାବିତ କରେ
• ସଂସାରେ ମଣିଷେ ଦେଇ ଥାଏ ମହା ଶିକ୍ଷା ।।
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.