'ଖୁସି' ମୋର ଏଠି ଖେଳୁଛି ବସି ,
ଡାକି ଦେଲେ ଠାରି ଦେଉଛି ହସି ।

କଥା କହୁଅଛି ଗୁଲୁରୁଗୁଲୁ ,
ଗେହ୍ଲାଝିଅ ଭାରି ଚୁଲୁରୁବୁଲୁ ।

ନାନାବାୟା କେତେ ଗୀତ ଗାଇକି,
ତାଳିମାରି ନାଚେ ତାଆ ଧେଇକି  ।

ସଭିଙ୍କ ସାଥିରେ ସହଜେ ମିଶେ ,
ଅଝଟ ହୋଇକି କେବେ ସେ ରୁଷେ ।

ମନ କିଣି ନିଏ ତା' ଠାଣି ବାଣୀ,
ସିଏ ପରା ମୋର ସପନ ଖଣି ।

ଆଜି ସିନା 'ଖୁସି' ବକଟେ ଛୁଆ ,
କାଲି କେତେ କଥା ଶିଖିବ ନୂଆ ।

ପାଠ ପଢ଼ି ହେବ ଭଲ ମଣିଷ ,
ସଂସାର ଭିତରେ ରଖିବ ଯଶ ।

ମାମୁରିଆ ,ଛେଣ୍ଡିପଦା,ଅନୁଗୋଳ ।