କବିତା - ପ୍ରୀତି ପେଞ୍ଚ - ତପନ ଦୀକ୍ଷିତ (ବେଳାଭୂମି)

0
ମଣି ଭଣିଲି ତୋତେ ଯାହା ରାଣୀ
ବାଣୀରେ କଲୁ ତୁ ପାଣି
ହେଲେ ପ୍ରୀତିପେଞ୍ଚ ଅକିଞ୍ଚନ ଯାହା
ନପାରିଲା ଲେଶ ଜାଣି,
ରାତିଗୋଟା ଯାହା କଲୁ ହଟ ହଟା
ଦେବାକୁ ଟିକିଏ ଗେଲ
ଫିକା ପ୍ରେମାଳାପେ ଫକାସି ଉଡେ ଯା
ନକହିବା ସବୁ ଭଲ,
ପ୍ରପଞ୍ଚକୁ ଆଉ ପେଞ୍ଚେ ନ ଖେଞ୍ଚି ତୁ
ଚଞ୍ଚୁଏ ଆଧାର ଦେଇ
ବଞ୍ଚିବାକୁ ଦେ ଆଜିର ଆୟୁସେ
ପ୍ରଣୟ ପୀୟୂଷ ପିଇ।।


ରଚନା : ତପନ ଦୀକ୍ଷିତ(ବେଳାଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ ଦୂରଭାଷ : 9537400744

Post a Comment

0Comments
Post a Comment (0)