କୃପାସିନ୍ଧୁ ଓ ସରିମ୍ ମୋଲା ଦୁହେଁ ଗୋଟିଏ ଗାଁ'ରେ ବାସକରୁଥାନ୍ତି କିନ୍ତୁ କୃପାସିନ୍ଧୁ ବହୁତ ଗରିବ ହୋଇଥିବାରୁ ସରିମ୍ ମୋଲା ତାଙ୍କୁ ଘୃଣା କରୁଥାନ୍ତି । କୃପାସିନ୍ଧୁଙ୍କ ଘର ଗାଁ'ର ଶେଷ ମୁଣ୍ଡରେ ରହିଥାଏ । ସେ ବହୁତ ସରଳ ଜୀବନ ଯାପନ କରନ୍ତି । ନିଜର ବୋଲି ପୁଅଟିଏ ଥାଏ, ଏଇ ଦୁଇ ବର୍ଷ ହେବ ତା'ଙ୍କ ସ୍ତ୍ରୀ ରୋଗାଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଛନ୍ତି । ପୁଅଟିକୁ ପଢ଼ାଇବା ପାଇଁ ଗାଁ' ରେ ଯେଉଁ କାମ ମିଳେ କରୁଥାନ୍ତି ,ପୁଅଟି ମଧ୍ୟ ଜଣେ ମେଧାବୀ ଛାତ୍ର ତେଣୁ ତାଙ୍କର ବିଶ୍ଵାସ ଅଛି ପୁଅଟି ନିଶ୍ଚୟ ଭଲ ଚାକିରୀ ଖଣ୍ଡେ କଲେ ତା'ର ସବୁ ଦୁଃଖ ଦୂର ହେବ । ଯାହା ହେଉ, ଈଶ୍ବରଙ୍କ ଦୟାରୁ ନିଜ ଗାଁ' ବିଦ୍ଯାଳୟରେ ସେ ଅବଧି (Teacher) ରୂପେ ନିଯୁକ୍ତି ପାଇଲା ।ସରିମ୍ ମୋଲା ଏହା ଦେଖି, ପ୍ରବଳ ହିଂସା କରିବାକୁ ଲାଗିଲେ । ପ୍ରତିଦିନ ବିଦ୍ଯାଳୟକୁ ଯାଇ ପିଲାଙ୍କୁ ଭଲ ପାଠ ପଢ଼ାଯାଉନାହିଁ କହି ନାନାଦି କଥା କହି ଆସୁଥାଏ କିନ୍ତୁ କୃପାସିନ୍ଧୁଙ୍କ ପୁଅ କିଛି ପ୍ରତିତ୍ତୋର ଦେଉନଥାନ୍ତି ।

କୃପାସିନ୍ଧୁ, ସରିମ୍ କୁ ବହୁତ ଭଲ ପାଉଥାଏ ଏବଂ ସରିମ୍ ବାବୁଙ୍କ ପ୍ରତ୍ୟେକ କାମ ନିଜ କାମ ପରି କରୁଥାନ୍ତି ସିନା କେବେ ନିଜ ମୂଲ ମାଗୁ ନଥାନ୍ତି, କହୁଥିଲେ ଯେ, "ସରିମ୍ ବାବୁ ଆପଣ କୃଷ୍ଣ ହେଲେ ମୁଁ ସୁଦାମ, ଆପଣ ମସ୍ଜିଦ୍'ର ଆହ୍ଲା ହେଲେ ମୁଁ ଆପଣଙ୍କ ଚାମର ଧାରୀ, ଆପଣ ଯୀଶୁଖ୍ରୀଷ୍ଟ ହେଲେ ମୁଁ ଆପଣଙ୍କ ସେବକ ଏମିତି ବହୁତ ସୁନ୍ଦର ସୁନ୍ଦର ଉଦାହରଣ ଦେଉଥାନ୍ତି କିନ୍ତୁ ସରିମ୍ ବାବୁ ଜଣେ ସ୍ବାର୍ଥପର ଅହଂକାରୀ ମଣିଷଟିଏ ଥିଲେ, କେବେ ବି କୃପାସିନ୍ଧୁଙ୍କୁ ଭଲ ପାଉନଥିଲେ ।

ଦିନେ ହଠାତ୍ ସରିମ୍ ବାବୁଙ୍କ ପେଟର ପ୍ରବଳ ଯନ୍ତ୍ରଣା ହେବାରୁ, ମୁମ୍ବାଇ ବଡ଼ ଚିକିତ୍ସାଳୟରେ(medical)ଭର୍ତ୍ତି କରିଦିଆଗଲା ଏବଂ ବଡ଼ ବଡ଼ ଚିକିତ୍ସକମାନେ(Doctors )ନାନାଦି ଯନ୍ତ୍ର ମାଧ୍ୟମରେ ପରୀକ୍ଷା କଲେ । ଶେଷରେ, ଚିକିତ୍ସକମାନେ କହିଲେ ଯେ, ଦୁଇଦିନ ଭିତରେ ଅସ୍ତ୍ରୋପଚାର କରାଯିବ ତେଣୁ ଦୁଇଟି ବୃକକ(kidney)ନଷ୍ଟ ହୋଇଛି ତେଣୁ ଗୋଟିଏ ବୃକକ ଯୋଗାଡ କଲେ ବଞ୍ଚାଇପାରିବୁ, ସରିମ୍ ବାବୁଙ୍କ ଝିଅ ହତାସ ହୋଇ ଗାଁ' କୁ ଖବର ଦେଲା କି ମୋ' ବାପାଙ୍କ ଦୁଇଟି ବୃକକ (Kidney)ନଷ୍ଟ ହୋଇଯାଇଛି, ନିହାତି ଗୋଟିଏ ବୃକକ ଯୋଗାଡ କରିପାରିଲେ ବଞ୍ଚିବେ ନଚେତ ସେ ନିଶ୍ଚୟ ମୃତ୍ୟୁ ହେବେ । ଏହି କଥା ଗାଁ ' ସାରା ଲୋକ ଜାଣିଲେ, ଶେଷରେ କୃପାସିନ୍ଧୁ ମଧ୍ୟ ଶୁଣିଲେ ।

କୃପାସିନ୍ଧୁ ଆଗରୁ ଶୁଣିଥିଲା କି' ଯେ, ମଣିଷ ଗୋଟିଏ ବୃକକ (Kidney) ରେ ବଞ୍ଚିପାରୁଛି ତେଣୁ ତୁରନ୍ତ ପୁଅ ଠାରୁ ପଇସା ମାଗି ଏରୋପ୍ଳେନ୍ ରେ ଗଲା, ଯାଇ ମୁମ୍ବାଇର ବଡ଼ ଚିକିତ୍ସାଳୟରେ ପହଞ୍ଚିଲା ଏବଂ ସରିମ୍ ବାବୁଙ୍କ ଝିଅକୁ ଦେଖା ହୋଇ କହିଲେ ଯେ, ମୁଁ ବୃକକ (Kidney) ଦେବି କିନ୍ତୁ ତୁମେ ବାପାଙ୍କୁ ଏ କଥା କହିବ ନାହିଁ ମୋ' ମୁଣ୍ଡଛୁଇଁ ଶପଥ କର । ଚମତ୍କାର ଭଲପାଇବାର ପରିଚୟ । ଚିକିତ୍ସକ ମାନଙ୍କୁ କହି ଅସ୍ତ୍ରୋପଚାର କରାଗଲା ଏବଂ କୃପାସିନ୍ଧୁଙ୍କ ଗୋଟିଏ ବୃକକ (Kidney) ସରିମ୍ ବାବୁ ଙ୍କ ଦେହରେ ଲଗାଇ ନୂତନ ଜୀବନ ଦାନ ଦିଆଗଲା । ଗାଁ ' କୁ ଫେରିଲା ପରେ ସରିମ୍ ମୋଲା ସବୁ ବିଷୟ କୃପାସିନ୍ଧୁଙ୍କ ପୁଅଠାରୁ ଶୁଣି ଆଖି ଛଳ ଛଳ ହୋଇ ଉଠିଲା ଏବଂ ଭୋ ଭୋ ହୋଇ କାନ୍ଦି ପକାଇଲେ,କହିଲେ ଧିକ୍ ମୋ' ଜୀବନ ଯାହାକୁ ମୁଁ ଏତେ ଘୃଣା କରୁଥିଲି, ଯା'ର ପୁଅକୁ ଚାକିରୀ ହେବାରୁ ହିଂସ୍ର ପରି ବ୍ଯବହାର କରୁଥିଲି, ସେ ମୋତେ ବୃକକ (kidney) ଖଣ୍ଡେ ଦେଇ, ନୂତନ ରୂପେ ଜନ୍ମ ଦେଇଛନ୍ତି, ଧିକ୍କାର ମୋ' ଏ ଅହଂକାର ପ୍ରାଣ । ସେଇଠାରୁ ଦୌଡି ଆସି କୃପାସିନ୍ଧୁର ପାଦତଳେ ପଡ଼ିଗଲେ ଏବଂ କହିଲେ ତୁ ମଣିଷ ନୁହଁ ତୁ ହିଁ ପ୍ରକୃତ ଈଶ୍ବର ଏବଂ ମୋ'ର "ପ୍ରକୃତ ବନ୍ଧୁ" । ସରିମ୍ ମୋଲା ନିଜ କନ୍ୟାକୁ ବୋହୂରୂପେ ଗ୍ରହଣ କରିବା ପାଇଁ କୃପାସିନ୍ଧୁ ଆଗରେ ହାତପାତି ଭିକ୍ଷା ମାଗିଲେ । କୃପାସିନ୍ଧୁ ନିଜ ପୁଅକୁ ସରିମ୍ ମୋଲାଙ୍କ ଝିଅ ସଙ୍ଗରେ ବିବାହ କରାଇଲେ ଦୁଇ ପରିବାର ଏବେ ପ୍ରକୃତ ବନ୍ଧୁର ପରିଚୟ ଦେଇ ବହୁତ ଆନନ୍ଦରେ ଚଳୁଛନ୍ତି ।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ,ଆସିକା ଗଞ୍ଜାମ ଦୂରଭାଷ : 9566876504