ପାହାଡ଼ ରାଣୀ ଲୋ ପାହାଡ଼ ରାଣୀ 
ଜଗତ କୁ ତୁହି କରିଛୁ ରୁଣୀ ।

ତୋ ଗମ୍ଭୀରା ଭିତରୁ ସୁରୁଜ ଉଁଏ 
ଧରାରୁ ଅନ୍ଧାର ଦୂରେଇ ଯାଏ ।

ରାତିରେ ତାରାଙ୍କୁ ମୁଣ୍ଡରେ ଧରି 
ଗର୍ବରେ ଫୁଲେଈ ହେଉଛୁ ତୁହି ।

ଚନ୍ଦ୍ରମାକୁ ଧରି ତୋଗଭା ସଜାଡୁ 
ଝରଣା ନଦୀକୁ ତୋ ବକ୍ଷରୁ କାଢୁ ।

କାଠ ମାଟି ଔଷଧ ଯୋଗାଇ ଦେଉ
ଖଣି ଖାଦାନ ସବୁ ଆମକୁ ଦେଉ ।

ମଳୟ ପବନ  ବୁହାଇ ଥାଉ 
ବରଷା ହେବାରେ ସହାୟ ହେଉ ।

ଆମ ଜୀବ ଜଗତଙ୍କ ତୁହି ବିଧାତା 
ଭାଳି ମୁହିଁ ତୋତେ କରୁଛି ପୂଜା ।

ଶିଶୁ କବୀ ରୁଦ୍ରରୂପା ଵ୍ରହ୍ମା, 
୫ମ ଶ୍ରେଣୀ  ଚିକିଟୀ ଗଡ଼, 
ଫୋ ନ ୯୪୩୭୮୫୮୭୮୮ (ଅଭିଭାବକ)