ଗାଁ ଟି ମୋର ନାମ ତାହାର
ଅଟେ ବାସୁଦେବପୁର ।
ବିରାଜିତ ଶେଷେ ଆରାଧ୍ୟ ଦେବତା
ବାବା କପିଳେଶ୍ଵର । ୧
ବାସୁଦେବ ଙ୍କ ର ନାମେ ଉଦ୍ଭାଷିତ
ଗାଁ ମୋ ଅର୍ଜୁଛି କୀର୍ତ୍ତି
ଶାନ୍ତ ସରଳ ନିରିହ ସ୍ବଭାବେ
ନିଷ୍ଠତାରେ ପ୍ରତିପତି । ୨
ଗାଁ ଚାରିପଟେ ଧାନର କ୍ଷେତ
ଲାଗିଛି ଆମ୍ବ ତୋଟା।
ସୌନ୍ଦର୍ଯ୍ଯମୟୀ ମୋହରି ଗାଁ
ହୋଇଛି ଜଗତଜିତା। ୩
ଗାଁ ପରିବେଶ ପାଣିପବନ
ଚାଲିଚଳନ ସଂସ୍କାର।
ସଂସ୍କୃତି ଆଚାରେ ମୋ ଗାଁ ଲୋକ
ଲାଗନ୍ତି ଅତି ନିଜର । ୪
ବାରମାସରେ ତେରପରବ
ପାଳନ୍ତି ମୋ ଗାଁ ଲୋକ।
ମିଳିମିଶି ଏଠି ସଭିଏ ଚଳନ୍ତି
ଗୋଟିଏ ମା ଆ ର ହୋଇ ସନ୍ତକ। ୫
ସମୟ ସ୍ରୋତ ରେ ଚଇତ୍ର ଆସିଲେ
ଦଣ୍ଡ ଯାତରାର ଗାଥା ।
ନାଚର ଆସର ଜମଇ ଦାଣ୍ତ ରେ
ପଣ୍ଡିତ ଜନଙ୍କ ପୁରାଣ କଥା । ୬
ଗ୍ରୀଷ୍ମ ଅବକାଶେ ଚନ୍ଦ୍ରମା ହସିଲେ
ମୋ ଗାଁ ର ଆକାଶ ରେ ।
ଗ୍ରାମ୍ୟ ଶ୍ରୀମନ୍ତିନୀ ଯୁବକ ତରୁଣୀ
ଆନନ୍ଦ ନିଅନ୍ତି ରାତିରେ । ୭
ଫଗୁଣ ଆସିଲେ ବଉଳ ହସିଲେ
ଆମ୍ରତରୁ ପର୍ଣ୍ଣ ଓଠରେ।
ଦୋଳପୂର୍ଣ୍ଣିମାରେ ଅବିର ହୋଲିରେ
ବର୍ଷା ହୁଏ ମୋ ଗାଁ ରେ । ୮
ଦଶହରା ଛୁଟି ଅଭୁଲା ସେ ସ୍ମ୍ରୁତି
ଆଶ୍ବିନର ଶ୍ରେଷ୍ଠ ଯାତରା ।
ଦେବୀ ଦୁର୍ଗାମାତା ବିରାଜନ୍ତି ଏଠି
ଦେଇ ସୁଖାର୍ଥ ସମୟ ଅପାରା। ୯
ଦୀପାବଳୀ ରାତ୍ରି ଆଲୋକ ଉଜ୍ଜଳେ
ଗାଁ ଦାଣ୍ତ ସୁଶୋଭିତ ।
କାଳୀଙ୍କର ପୂଜା ପାଳନ୍ତି ସମସ୍ତେ
ହୋଇ ଅତି ଆନନ୍ଦିତ । ୧୦
ପରମ୍ପରା ରୀତି ଚାଲିଚଳନ ରେ
ବନ୍ଧା ହୋଇଛି ମୋ ଗାଁ ଟି।
ସର୍ବଦା ଚେଷ୍ଟିତ ମୋ ଗାଁ ଲୋକ
ନ ହୁଡିବା ପାଇଁ ସବୁଠି । ୧୧
ଜନମ ହୋଇଛେ ପରିପାଳିତ ବି
ଆମ ମା ର କୋଳରେ ।
ଅନ୍ତିମ ନିଶ୍ବାସ ରହିଥିବା ଯାଏ
ଜୀବନ ଦେବତା ସେବାରେ । ୧୨
ସବୁଠୁ ସୁନ୍ଦର ଛୋଟ ଗାଁ ଟି ମୋର
ତା ପରି ଆଉକେ ନାହିଁ ।
ବନ୍ଦନା କରୁଛି ଶତଶତ ବାର
ଅଜୟ ଅଧମ ମୁଁ ହିଁ । ୧୩


ରଚନା : ଅଜୟ କୁମାର ସାହୁ

ଠିକଣା : ବାସୁଦେବପୁର, ଖଣ୍ଡପଡା ନୟାଗଡ଼
ବର୍ତ୍ତମାନ ଠିକଣା - ଆସିକା ଗଞ୍ଜାମ ଦୂରଭାଷ : 9439338890