
ଅଳସୀ ସଞ୍ଜର ଦେହେ
ତୁମକଥା ଭାବି ପଲକ ଭିଜଇ
କୁହୁଡ଼ିଆ ଆଖି ଲୁହେ,
ରୂପସହରର ପରିବ୍ରାଜକ ମୁଁ
ପ୍ରେମ ପାନ୍ଥଶାଳା କାନ୍ଥେ
ଅମର ପ୍ରେମର କାହାଣୀ ଲେଖୁଛି
କେବେ ଗଲେ ଏଇ ପଥେ,
ପଢିଦେଇ ଯିବ ବିରହ ଗାଥାକୁ
ଏକ ପାନ୍ଥହୃଦୟର
ଯାହା ମୁଁ ଜାଣେ ତୁମେ ତ ଜାଣନା
ଆଜିବି ଅକୁହା ମୋର,
ଚେନାଏ ନିଶ୍ୱାସ ବଞ୍ଚାଇ ରଖିବ
ଶେଷଦେଖା ପାଇଁ ତୁମ
ଯାଇ ପହଞ୍ଚିବି କଥା ମୁଁ ଦେଉଛି
ଯଦି ସତ ମୋର ପ୍ରେମ…।।
