କିଛି ହସ କିଛି ଲୁହ
କିଛି ଅକୁହାର କୋହ,
କିଛି ଅଛି କିଛି ନାହିଁ
କିଛି ହରାଇ ଓ ପାଇ,
ଗଇଁଠା ସମ୍ପର୍କ କିଛି
ଆଉ କିଛି ମିଛି ମିଛି,
କେବେ ସ୍ମୃତିରେ
କେବେ ପ୍ରୀତିରେ
କେବେ ଶ୍ରାବଣର ଅମା ରାତିରେ
କେବେ ପାଗଳର ବ୍ୟର୍ଥ ପ୍ରଳାପ
ଆଉ ବା କେବେ ସେ ପ୍ରଜ୍ଞା
ପଳ ପଳ ହୋଇ ଜଳି ସରୁଥିବା
ଏକ ମହମ ବତୀର ସଂଜ୍ଞା
କିଛି ନାମ- ପୁଣି କିଛି ବଦନାମ
ଏଇ ତ ଜୀବନ ଆମ
ଆଉ ତା ଭିତରେ ଟିକେ ପ୍ରେମ ।।


ରଚନା : ତପନ ଦୀକ୍ଷିତ(ବେଳା ଭୂମି)

ଠିକଣା : ନାସିକେଶ୍ଵର, କାକଟପୁର, ପୁରୀ,  ଦୂରଭାଷ : 9537400744