ଯେଉଁ ଫଗୁଣର ଅବିରକୁ ପ୍ରିୟା
ସାଇତି ଥିଲି ମୁଁ ଦିନେ
କିଏ ଜାଣିଥିଲା ବସନ୍ତ ଛୁଆଁରେ
ଭରି ଦେବ କୋହ ମନେ ॥
ଯେଉଁ ବସନ୍ତର ସୁଲୁ ସୁଲୁ ବାଆ
ଦେଇ ଥିଲା ମିଠା ସ୍ବପ୍ନ
କିଏ ଜାଣିଥିଲା ମଳୟେ ଆସିଣ
ଭାଙ୍ଗି ଦେବ ବୋଲି ମନ ॥
ଯେଉଁ ମଳୟର ମୃଦୁ ମୂର୍ଚ୍ଛନାରେ
ଭରି ଯାଉଥିଲା ପ୍ରୀତି
କିଏ ଜାଣିଥିଲା ଅଦିନେ ବହିଵ
କାଳ ବଇଶାଖି ତାତି ॥
ଯେଉଁ ଚଇତିର ପହିଲି ଛୁଆଁରେ
ଯାମିନୀ ଜୋଛନା ଢାଳେ
କିଏ ଜାଣିଥିଲା ଜାଳିଦେବ ସ୍ମୃତି
ପ୍ରୀତିର ସମାଧି ତଳେ ॥
ଅନୁରାଗୀ - ପବିତ୍ର କୁମାର ନାୟକ
April 10, 2018
0
