
ଏଇ ଶିଶୁ ଦେଶ ଜାତିର ଗୌରବ
ଭବିଷ୍ୟତ କର୍ଣ୍ଣଧାର
ମାଆ ମାଟି ଋଣ ଶୁଝିବ ସାଗ୍ରହେ
ଦେଇ ଘରମ ଓ ରୁଧିର।
ଆଶା ଆକାଶର ଜହ୍ନ ତାରା କେବେ
କେବେ ବା ଜ୍ଵଳନ୍ତ ସୂର୍ଯ୍ୟ
ସୁ ଆଚାରଣେ ସ୍ୱକର୍ମ ସ୍ବଧର୍ମେ
ବଜାଇବ ନାଦ ତୁର୍ଯ୍ୟ।
ଭୋକିଲା ପେଟକୁ ଦେବ ସିକ୍ତ ଦାନା
ପୋଛିବ ଦୁଃଖୀର ଲୁହ
ସେନେହ ଶ୍ରଦ୍ଧାରେ ବାନ୍ଧିବ ସମ୍ପର୍କ
ଶତ୍ରୁ ବକ୍ଷେ ଭରି କୋହ।
ଶିକ୍ଷା ଦୀକ୍ଷା ଜଳେ ସ୍ନାନ କରାଇବ
ଦୀପ ପରି ଜଳି ଜାଳି
ଦେଶ ଦଶକୁ ସେ ସରଗ କରିବ
ଦେଇ ସ୍ୱତଃ ପ୍ରାଣବଳୀ।
ଧର୍ମ ପୁଣ୍ୟ ବୃକ୍ଷେ ଗଢିବ ଉଦ୍ୟାନ
ଫୁଟାଇ ପ୍ରେମର ଫୁଲ
ମାନବିକତା ଓ ଦୟା ଫଳ ତୋଳି
କ୍ଷମାକୁ କରିବ ଗେହ୍ଲ।
ସଭ୍ୟ ସଂସ୍କାରର ସଂଗୀତ ଗାଇବ
ଗୁରୁ ପିତା ମାତା ପୂଜି
ଈଶ୍ୱର ଆଶିଷ ପାଇ ମହକିବ
ଏ ବିଶ୍ୱ ଉଠିବ ତେଜି।
ଆସ ହେ ସଭିଏଁ କରିବା ଶପଥ
ଦେଖିବା ଶିଶୁର ହସ
ସଦା ଖୁସି ଭରି ଶ୍ରେଷ୍ଠ କରାଇବା
ଦେଇ ସୁରକ୍ଷା ବିକାଶ।
✍🏻 *ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର*✍🏻