କବିତା - ବାସ୍ତବତା - ରାଜେଶ କୁମାର ବାରିକ

0

ନୀରବ ନିଶ୍ଚଳ ଅନ୍ଧାରଟା ଘର
ଦୁଆରେ ଜଳୁଛି ବଇଠା
ଆଖି ମୋଦି ଯାଏ ଅପେକ୍ଷା ତ ଥାଏ
ହାତରେ ଧରିକି ବହିଟା ।
କାଦୁଅର ରାସ୍ତା ଚପଲ ଧରିକି
ପଡେ ନାଲଗୁଡି ଛିଟା
ଚାଳରୁ ଗଡୁଛି ବରଷାର ପାଣି
ଚାନ୍ଦା ପାଇଁ ଖାଏ ପିଟା ।
ଅଇଁଠା ପିଲେଟ ହୋଟେଲରେ ପାଏ
ମାଲିକ ପଈସା ଗୋଇଠା
ସବୁ ବନ୍ଦହେଲା କିସରକାର ଆଇଲା
କାମ ପାଉନାହିଁ ପାଇଟା।
କାଠକାଟି ଯାଇ ପୋଲିସ୍ ଧରିଲା
ବାପ ଏମିତି ଖାଇଲା ପିଟା
ଡିବିରି ଆଲୁଅ ଜୁଳୁ ଜୁଳୁ ଜଳେ
ଛୁଞିରେ ସିଲାଏ ଫଟା।
ଏତେ ବରଷଟେ ସ୍ବାଧିନତା ହେଲା
ଖାଲି ପଖାଳ ହାନ୍ଡିକୁ ଖଟା
କେନ୍ଦୁପତ୍ର ପାଇଁ ଲାଇସେନ୍ସ ହେଲା
ହାନ୍ଡିଆର ବାଟ ଫିଟା।


ରଚନା : ରାଜେଶ କୁମାର ବାରିକ

ଠିକଣା : ଦେବେନ୍ଦ୍ର ପୁର, ଅଭଣା ,ବାଲେଶ୍ବର ଦୂରଭାଷ : 9998622336

Post a Comment

0Comments
Post a Comment (0)