ଶୀତ ଅନୁଭୂତି
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,ମଙ୍ଗଳାଯୋଡି, ଖୋର୍ଦ୍ଧା.
---------- --- ୧ . ୧୧ . ୨୦୧୯ --- ----------
ଶରତ ର ଅନ୍ତେ / ଶୀତ ପ୍ରବେଶନ୍ତେ / ବହଇ ହେମାଳ ପବନ
ରାତି ଯାଏ ବଢି / ଧୀରେ ଧୀରେ ଛିଡି / ଛୋଟ ହୋଇଯାଏ ଦିନ ।।

ପଡଇ କାକର / ଅବା ଦୁର୍ବାଦଳ / ମୁକୁତାର ମାଳେ ଶୋଭା
ସୂରୁଜ କିରଣ / ହୁଏ ବିକିରଣ / ଆହା କେଡ଼େ ମନଲୋଭା ।।

କୃଷିକ୍ଷେତ୍ରେ "ପକ୍ଵ-/ ଶାଳି,ଶଶ୍ୟକେଣ୍ଡା / ଦୃଶ୍ୟ କେଡ଼େମନଲୋଭା
ଲକ୍ଷ୍ମୀ ଠାକୁରାଣୀ / ବିଷ୍ଣୁ ପାଟରାଣୀ / ହୋଇଛନ୍ତି ଅବା ଉଭା ।।

ଶୀତଳ ଅନିଳ / କରଇ ଅଧୀର / ଶୀତ ବସ୍ତ୍ର ନର‌ ଲୋଡ଼େ
ନିଆଁ ର ଉହ୍ମେଇ / ପ୍ରଜ୍ବଳିତ ହୋଇ / ଉଠେ ପ୍ରତି ଘରେ ଘରେ ।।(କ୍ରମଶଃ)

ଆଈ ସଞ୍ଜେହେଲେ / ପାକୁଆ ପାଟିରେ / ତା'ର ଗପପେଡି ଖୋଲେ
ନାତି, ନାତୁଣୀ ଙ୍କୁ / ବୁଢ଼ୀ ଅସୁରୁଣୀ / ରାଜାଝିଅ କଥା କହେ ।।

ଦୁଃଖ ମାଡିଆସେ / ଗରୀବ କୁଟିରେ / ଶୀତ ପାଇଁ ଶୀତଲୁଗା
ନପାଇ ବିକଳେ / ଛୁଆପିଲା ସବୁ / ହୋଇତ ଗଲେଣି ରୋଗା ।।

ଶୀତକାଳ "କାଳ- / ସମାନ, ତା'ପାଇଁ / ବିନିଦ୍ରେ ରଜନୀ କଟେ
ଅସହାୟ ବୃଦ୍ଧ,/ ବୃଦ୍ଧାଙ୍କ ଜୀବନ / ଛଟପଟ ହୋଇ ବିତେ ।।

ନୀରସ ନୀରସ / ଲାଗଇ ଜୀବନ / ଶୀତରେ ନଫୁଟେ ଫୁଲ
ସୁସ୍କ ଜଳବାୟୁ / ଅବା କାଳରାହୁ / ସମାନ ଏ ଶୀତ ସକାଳ ।।










ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର,ମଙ୍ଗଳାଯୋଡି,ଖୋର୍ଦ୍ଧା

ଠିକଣା : ମଙ୍ଗଳାଯୋଡି,ଖ ଖୋ ଦୂରଭାଷ :