"ଇଂରାଜୀ କଲମ "
------ ---- --------

ଦିଶୁନାହିଁ ଆଉ ଜନ ମାନସରେ
ଓଡ଼ିଆର ରଙ୍ଗ ଢଙ୍ଗ ।
ଇଂରାଜୀ କୁହାଳି ଖଣ୍ଡି ଖଣ୍ଡି ମାରି
କରନ୍ତି ନିୟମ ଭଙ୍ଗ ॥

ନ ପଛେ ଆସଇ ଖାଣ୍ଟି ଇଙ୍ଗିରାଜୀ
ନ ଆସେ ଖାଣ୍ଟି ଓଡ଼ିଆ ।
ସମ୍ମାନ କୁ ନିଜ ମୁଣ୍ଡରେ ବୋଝେଇ
ଯୋଡନ୍ତି ଭାରି ବଢିଆ ॥

କେଉଁଠି ଲୁଚିଲେ ସରକାର ଆମ
କାହିଁ ଗଲା ମାତୃଭାଷା ।
ନିର୍ଲଜ, ଅଜ୍ଞାନୀ ମଣିଷଙ୍କ ଏଠି
କି ବଢେ ମୁର୍ଖତା ବସା ॥

ଥିଲେ ଯେବେ ବନ୍ଦୀ- କାରାଗାରେ ଛନ୍ଦି
ଏଇ, ଇଂରାଜୀ କଲମ ପାଇଁ ।
ଓଡ଼ିଆ ଲେଖନୀ ମୁକ୍ତ କଲା କାନି
ତାକୁ ଭୁଲିଗଲେ କାହିଁ ॥

ରହୁନି ମର୍ଯ୍ୟଦା ଓଡ଼ିଆ ଭାଷାର
ଇଂରାଜୀ ବର୍ଣ୍ଣାନ ବୋଳି ।
ବର୍ଣ୍ଣବୋଧ ପଢ଼ି ଯୌବନ୍ୟ ବୋଧରେ
ରଚନ୍ତି ଓଡିଆ ଗାଳି ॥

ଇଂରାଜୀ କଲମ ନ ମାରି ମଲମ
ବଢ଼ାଏ ଅଶ୍ଳୀଳ କ୍ଷତ ।
ଖାଦ୍ୟ ରୁଚି ସଙ୍ଗେ ପୋଷାକ ଚିତ୍ରରେ
କରେ ମନୁଷ୍ୟକୁ ହତ ॥

ଛାଡ଼ିଦିଅ ବନ୍ଧୁ ଇଂରାଜୀ ଲାଳସା
ଧର ଏ ଓଡିଆ ଗାଥା ।
ଉଜ୍ଜିବୀତ ହେବ ତୁମ୍ଭରି ଜୀବନ
ଉଚ୍ଚରେ ରହିବ ମଥା ॥
. . . . XXXXXX ........ .

ନାମ- ଆଶ୍ରିତ୍ ମହାପାତ୍ର
ଗ୍ରାମ - ଟାଙ୍ଗି ।
ଜିଲ୍ଲା- ଖୋର୍ଦ୍ଧା


ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗି, ଖୋର୍ଦ୍ଧା ଦୂରଭାଷ :