------- ----- ---------
କୁହ ଆହେ ନାରୀ, କି ଗଲ ପାଶୋରି
ଜୀବନର ଲଜ୍ଜାରୁଣ ।
ଟଙ୍କାର ଔରସେ ଇଜ୍ଜତ ହରାଇ
ଭର୍ତ୍ସନାକୁ କିପାଁ କିଣ?
ଧନୀକର ସାଥେ ଅଭିନୟ କର
ରୂପ ଚାତୁର୍ଯ୍ୟତା ଦେଇ ।
ପୀରତି ଖେଳରେ ଖେଳାଅ ସଭିଙ୍କୁ
ପିଙ୍ଗଳାର ନାମ ନେଇ ॥
ମନେପଡୁ ନାହିଁ ପିତାମାତା ତୁମ୍ଭ
ମନେ ନାହିଁ ପରିବାର ।
ସମାଜ ଇଙ୍ଗିତେ ମର୍ଯ୍ୟଦା ତାଙ୍କରି
କିପାଁ କର ଛାରଖାର ॥
ଏ ଜୀବନ କରୁଛ ଅପବିତ୍ର ତୁମ୍ଭେ
ଭ୍ରଷ୍ଟତା ଚରିତ୍ରେ ବାଣ୍ଟି ।
ନବ ତରୁଣୀ ଙ୍କୁ କୌଶଳେ ଶିଖାଇ
ତାଙ୍କ ଯୌବନ୍ଯ ଦେଉଛ ଘାଣ୍ଟି ॥
ଅଶ୍ଳୀଳ ଛବିର ଉନ୍ମୋଚନା କର
ଟଙ୍କା କେ ଇଜ୍ଜତ ଭୁଲି ।
ଶିଶୁ କଳିକାଙ୍କ ଦୃଷ୍ଟିରେ ଅଜାଡ଼ି
କିପାଁ କର ଜ୍ଞାନ ଖାଲି ॥
କୁହ ହେ ଗଣିକା ! କୁହ ବାରବଧୂ !
କି' କର ବେଉସା ତୁମେ ।
ପର ନାରୀ ସିନ୍ଥି ସିନ୍ଦୁର ଛଡାଇ
କଳହ ଜନ୍ମାଅ କର୍ମେ ॥
କଳୁଷିତ ଗର୍ଭେ ଦୁନିଆ ଆମରି
ତୁମ୍ଭ ପ୍ରେମେ ଅନ୍ଧ ହୋଇ ।
ବଦଳାଇ ଦିଅ ରୂପଶର୍ଯ୍ୟା ନାରୀ
ସତ୍ ଗୁଣ ଅନ୍ତରେ ଗାଇ ॥
ଟଙ୍କାରେ ଚରିତ୍ର, ଭଗ୍ନ କର ମିତ୍ର
ଆତ୍ମ ପରିଚୟ ରଚି ।
ଭାତୃ-ଭଗିନୀ ର ସ୍ନେହର ରଜ୍ଜୁରେ
ଆଙ୍କିଦିଅ କାର୍ଯ୍ୟ ସୂଚୀ ॥
-----XXXXX XXX- X------
ନାମ - ଆଶ୍ରିତ୍ ମହାପାତ୍ର
ଗ୍ରାମ -ଟାଙ୍ଗି
ଜିଲ୍ଲା- ଖୋର୍ଦ୍ଧା
ରଚନା : ଆଶ୍ରିତ୍ ମହାପାତ୍ର
ଠିକଣା : ଟାଙ୍ଗି, ଖୋର୍ଦ୍ଧା ଦୂରଭାଷ :
Sent via Google Forms Email
0 Comments
You can write now your valuable comments here. Off-topic comments may be removed or deleted without prior notice.