ଥରେ ଗୌତମ ବୁଦ୍ଧ କୌଶାମ୍ବୀରେ ବୁଲୁଥିଲେ । ଜଣେ ଭିକ୍ଷୁ ଆସି ତାଙ୍କୁ କହିଲା, ଭଗବାନ ଏଠାରେ ଭିକ୍ଷୁକମାନେ ସବୁବେଳେ ପାରସ୍ପରିକ କଳହରେ ଲିପ୍ତ ରହୁଛନ୍ତି ଏବଂ କଟୁ ଭାଷାରେ ଗାଳିମନ୍ଦ କରୁଛନ୍ତି । ଭଲ ହେଵ ଯଦି ଆପଣ ସେମାନଙ୍କୁ ଉଚିତ ଶିକ୍ଷା ଦେଇ ବ୍ଯର୍ଥ ବିବାଦରୁ ଦୂର କରିପାରନ୍ତି । ବୁଦ୍ଧଦେବ ଏହା ଶୁଣି ତାଙ୍କ ସହିତ ମଠକୁ ଗଲେ । ସେ ଭିକ୍ଷୁକମାନଙ୍କୁ କହିଲେ, ଆପଣମାନେ ଆପୋଷ ବିବାଦ ଏବଂ କଳହ ଠାରୁ ଦୂରରେ ରହିବା ଉଚିତ । ଏଥିରେ ହିଁ ଆପଣଙ୍କ କଲ୍ଯାଣ ରହିଛି । ଏହାଶୁଣି ଜଣେ ଭିକ୍ଷୁ କହିଲେ, ପ୍ରଭ ! ଆପଣ ଆମ କଳହରେ ମୁଣ୍ଡ ଖେଳାନ୍ତୁ ନାହିଁ । ଆମେ ଏହାର ଆପୋଷ ସମାଧାନ ଲାଗି ସମର୍ଥ । ଏହାଶୁଣି ତଥାଗତ କହିଲେ, ପରସ୍ପର ମଧ୍ୟରେ କଳହ କଲେ ଶତ୍ରୁତା ଭାବ ଶାନ୍ତ ହୁଏ ନାହିଁ ବରଂ ବଢିଥାଏ । ଶତ୍ରୁ-ଭାବ ରହିଲେ ବାଣୀ କଠୋର ହୋଇଯାଇଥାଏ ଏବଂ ଯିଏ କଠୋର ବାଣୀର ପ୍ରୟୋଗ କରିଥାଏ, ସେ ନିଜକୁ ପଣ୍ଡିତ ବୋଲି ଭାବିଥା'ନ୍ତି । ଏପରି ଆଚରଣ କରୁଥିବା ଲୋକକୁ ନିଜର ଚିନ୍ତା ନଥାଏ କିମ୍ବା ସେ ସଂଘ ମଧ୍ୟରେ ଭେଦଭାଵ କରିନଥାଏ । ଯଦି ଆମେ ଚାରି ଦିଗକୁ ଦେଖିବା ତା'ହେଲେ ଆମକୁ ଦେଖାଦେବ ଯେ ପଶୁମାନଙ୍କୁ ଚୋରାଉଥିବା ଲୋକ, ନୀଚ କର୍ମ କରୁଥିବା ଲୋକ ଏବଂ ଅନ୍ଯର ପ୍ରାଣ ନେଉଥିବା ଲୋକ ମଧ୍ଯ ପରସ୍ପର ସହ ମିଳିମିଶି ରହିଥା'ନ୍ତି । ହେଲେ ଏଠି ସଂଘ କରି ରହୁଥିବା ଆପଣମାନେ ଗୋଟିଏ କ୍ଷଣ ସୁଦ୍ଧା ଶାନ୍ତିରେ ରହିପାରୁ ନାହାନ୍ତି । ଆପଣମାନେ ବିନମ୍ର,ସଦାଚାରୀ ଏବଂ ଧୈର୍ଯ୍ୟଶୀଳ  ଲୋକମାନଙ୍କ ସଂଗତିରେ ଲାଭ ଉଠାଇବା ଉଚିତ । ଯଦି ଆପଣ ଏପରି କରିପାରିବେ ନାହିଁ , ତା'ହେଲେ ସଂଘରେ ରହିବାର ଲାଭ କ'ଣ ? ଆପଣମାନେ କ'ଣ ଜାଣନ୍ତି ନାହିଁ ଯେ ଆପଣମାନଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ଯୋଗୁ ଅନ୍ଯମାନଙ୍କ ଶାନ୍ତିରେ ମଧ୍ଯ ବାଧା ଉତ୍ପନ ହେଉଛି । ସେଥିପାଇଁ ସେମାନଙ୍କ ଲାଗି ଆପଣମାନଙ୍କ ଭଳି ମୂର୍ଖଙ୍କ ସଂଗତି ଅପେକ୍ଷା ଏକାକୀ ବିଚରଣ କରିବାରେ ବୁଦ୍ଧିମତା ରହିଛି । ଭଲ ଲୋକଙ୍କ ସଂଗତି ଦ୍ବାରା ନିଜକୁ ବଦଳାଇବା ପାଇଁ ପ୍ରୟାସ କରାଯିବା ଉଚିତ୍ ।

ସଂଗ୍ରାହକ -ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା,ବାଲେଶ୍ବର, ମୋ -୯୮୫୩୧୪୨୫୧୦