ଅନୁତାପ ନିଆଁ ଜୀବନ କୁ ପୋଡ଼ି
ଭସ୍ମ ରେ ପରିଣତ
କରିପାରେ, ତହୁଁ ନାହିଁ ଆଉ କିଛି
ସେ ଯେ ମହା ବଳବନ୍ତ ।

ରାତି ପାହିଥିଲେ ରାମ ରାଜା ହେବେ
କ୍ଷଣେ ତୁଟିଗଲା ମୋହ
ଅତିଶୟ ପ୍ରେମେ ମୁଗ୍ଧ ରାଜନ
ସତ୍ୟବଦ୍ଧେ ଅସହାୟ ।

ସେଦିନର ସେହି ମୋହଟିକେ ପାଇଁ
ରାମ ବନଚାରି ହେଲେ
ଅନୁତାପେ ଜଳି ଦଶରଥ ରାଜା
ଇହଧାମ ତ୍ୟାଗ କଲେ ।

ଅନ୍ଧ ଧୃତରାଷ୍ଟ୍ର ଅତି ପୁତ୍ର ସ୍ନେହେ
ବଂଶଗଲା ନାଶ ହୋଇ
ପଶ୍ଚାତାପ କଲା ବେଳକୁ କିହେବ
ଆଉ ପାସେ କେହି ନାହିଁ ।

ଅନୁତାପ ଜ୍ଵାଳା ଜଳାଇଲା ଶେଷେ
ବାନପ୍ରସ୍ଥ ହେଲା‌ ଯୋଗ
ରାଜପୁତ୍ର ରାଜ୍ୟ ରାଜ-ସିଂହାସନ
ନମିଳିଲା ରାଜଭୋଗ ।

କଳିଙ୍ଗ ଯୁଦ୍ଧ ଶେଷେ ଚଣ୍ଡାଶୋକ
ଅନୁତାପେ ଦଗ୍ଧିଭୂତ
ହୋଇଥିଲେ ଦେଖି ଯୁଦ୍ଧକ୍ଷେତ୍ରରେ
ମୃତ ବୀର ଶବ ସ୍ତୁପ ।

ଚଣ୍ଡାଶୋକ ରୁ ଧର୍ମାଶୋକ ହେଲେ
ସେ‌ହି ଅନୁତାପ ବଳେ
କଳିଙ୍ଗେ ଧଉଳି ଗିରି ଆଜି ସେହି
ଗାଥା ଉଦ୍ଜିବିତ କରେ ।

ଅନୁତାପ ଏକ ଅମୀୟ ଶବଦ
ତାହାକୁ ଆଶ୍ରୟ କରି
ଅନେକ ପାପର ମହା ସମୁଦ୍ର ରୁ
ପ୍ରାଣୀ ହୋଇଯାଏ ପାରି ।


ରଚନା : କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଠିକଣା : ମଙ୍ଗଳାଯୋଡି, ଖୋର୍ଦ୍ଧା,  ଦୂରଭାଷ :