ଜନମ ଦେଇ ସେ ଧରାକୁ ଆଣିଛି,
ପଣତରେ ତା'ର ମୋ ଲୁହ ପୋଛିଛି।
ଅଳି ଅଝଟ ଯେତେ ମୁଁ କରିଛି,
କାମଧନ୍ଦା ଛାଡ଼ି ସବୁ ସେ ବୁଝିଛି।
ବେଶି ଦୁଷ୍ଟ ହେଲେ ମାଡ଼ ସେ ମାରିଛି,
ମାଡ଼ ମାରି ସାରି ନିଜେ ସେ କାନ୍ଦିଛି।
ମୋ ଫେରିବା ବାଟ ଚାହିଁ ସେ ରହିଛି,
ମୁଁ ଖାଇଦେଲେ ତା ପେଟ ପୁରିଛି।
ଯେବେ ଯେବେ ମୁଁ ରୋଗରେ ପଡ଼ିଛି,
କେତେ ଦିଅଁ ଦେବତା ସେ ପୂଜା କରିଛି।
ପାଖେ ବସି ସେ ମୋ ସେବା କରିଛି,
ନିଜେ ନ ଖାଇ ଓଷା ବ୍ରତ ମନାସିଛି।
ମା' ର ମମତା ଯେ ପିଲା ପାଇଛି, 
ଜୀବନରେ ସବୁ ବାଜି ସେ ଜିତିଛି।
ମା ପରି ଆଉ କିଏ ଯେ ହେବ,
ଦୁଃଖରେ ସୁଖରେ ସାଥିରେ ରହିବ।
 
ରଚନା : Parsuram Sahoo
ଠିକଣା : AT/PO-KAIMA
VIA-DHARMASALA
DIST-JAJPUR
PIN-755008  ଦୂରଭାଷ :  
Sent via Google Forms Email
