ସେଦିନ ତୁମକୁ ମୁଁ କହୁଥିଲି ନା

ଜୀବନଟା ନିରର୍ଥକ ବୋଲି

ତୁମେ କିନ୍ତୁ ଓଲଟା ପ୍ରଶ୍ନ ବାଢିଲ

ସେମିତି କହିବନି ବୋଲି।।

ଠିକ୍ ଅଛି ମୁଁ ବି ଆଉ କହୁ ନାହିଁ

କିନ୍ତୁ ଦେଖୁନ କିଏ ଅଛି ଯେ

ପରିବାର ସାରା ଆଜି ସ୍ଵକର୍ମରେ

ତୁମେ ଆଉ ମୁଁ ଏ ଘରଟାରେ।।

ରାତି ହେଲେ ଅନ୍ଧକାର ଘୋଟି ଆସେ

ଚାରିଆଡ଼େ ଖାଲି ଶୂନ୍ ଶାନ

ଗୋଟେ ବିରାଟ ସନାଟା ଛାଇ ଯାଏ

କଣ କରିବା ନିଜେ କହୁନ?

ନଭକୁ ଚାହିଁ ଚାହିଁ ତାରା ଗଣିବା

ନା ପିଲାଙ୍କୁ ଝୁରି ପ୍ରାଣ ଦେବା

ଏମିତି ଜୀବନ ପାଲଟିବ ବୋଲି

କ'ଣ କେହି କେବେ ଭାବିଥିଲା?

ସା :ରାଣୀପଡ଼ା, ପୋ :ତରାଗୋ,

ଭାୟା :ବନ୍ତ, ଜି :ଭଦ୍ରକ, ଓଡିଶା