#ମୋ_ଅନାମିକା_ମିତ

ଥିଲି ଏକା ହୋଇ ଅଧମ ମୁଁ ହୋଇ
ବନ୍ଧୁ,ପରିଜନ ହୀନ
ମୋ ଜୀବନେ କେହ୍ନେ ବସା ବାନ୍ଧି ନେଲା
ଅନାମିକା ଅନ୍ୟ ମନ ।
କହି ନଜାଣଇ ଲେଖି ନପାରଇ
ଦିନେ ଓଡିଆରେ ମୁଁହି
ତେଲୁଗୁ ଜାଲରେ ଭାବ କନ୍ଦଳରେ
ବନ୍ଦୀ ଭାବେ ଥିଲି ରହି ।
ଦିନେ ମୁଁ ବାହାରି ମନକୁ ପଚାରି
ଜାଣି ନେଲି ଏକ ସତ
କେହି ନୁହଁ ଭାଇ ମୋ ମନ ଆଇନା
ବସିଛି ମୋ ସସଙ୍ଗାତ ।
ଯାହା ମୁଁ ଭାବୁଛି ଲେଖି ଚାଲୁଅଛି
ହାତ ଧରି ତା'ରି ସାଥେ
ସମାଜ ହିତରେ ମୋ ମନ ମତରେ
କାଗଜ,କଲମ,ହାତେ ।
କ୍ରୃର କଳୁଷରୁ ଜଞ୍ଜାଳ ପଙ୍କରୁ
କବି ବନାଇଛି ମୋତେ
ବୋଧେ ସାତ ନର ଜନ୍ମ ପାଇଥିଲି
ଏ ଜନ୍ମ ଜଗତ ହିତେ ।

କବି.ୟୁ.ଚନ୍ଦ୍ରଶେଖର,ସାନ ଆର୍ଯ୍ୟପଲ୍ଲୀ , ଗଞ୍ଜାମ
ଭ୍ରମ୍ୟଭାଷ- ୮୭୬୩୫୪୦୫୬୦


ରଚନା : କବି.ଉପାଡୁ.ଚଦ୍ରଶେଖର

ଠିକଣା : ସାନ ଆଯ୍ୟପଲୀ, ଛତ୍ରପୁର,ଗଂଜାମ ଫୋନ ନମ୍ବର : 8763540560