" ମାଆଙ୍କୁ ମୋର ପଦେ "

ବରଷକେ ଥରେ ଆସେ ତୁମଦିନ
ଏଇ, ଶାରଦୀୟ ଦୁର୍ଗାପୂଜା ।
ଦଶ ଦିନ ମେଳି ମଉଜ ଚାଲଇ
ବାଜେ ଚତୁ୍ର୍ଦିଗେ ବାଜା ॥

ସିଂହ ବାହୀନି ବିପଦୀ ନାଶିନୀ
ଆସିଥାଅ ଧରାପୃଷ୍ଠେ ।
ରଙ୍ଗ ବେରଙ୍ଗର ତ୍ୱରଣ ରେ ସଜ୍ଜି
ମହିଷାକୁ ମାର ଚେଷ୍ଟେ ॥

ତ୍ରିଶୂଳଧାରିଣୀ ଆହେ ଦୁର୍ଗା ମାତା
ଶୁଣ ମୋ ବିନତୀ ଗାଥା ।
ଏ ସମାଜେ ବଢୁଛି ପାପୀ ମହିଷାସୁର
ନାରୀ ଅତ୍ୟାଚାର ପ୍ରଥା ॥

ସମ୍ମାନ ରହୁନି ମୁଖ ରେ ତାଙ୍କରି
ରହୁନି ସେ ମୃଦୁ ହସ ।
ନାବାଳିକା ଠୁଁ ଯୌବନ୍ୟ ଯୁବତୀ
ହରାନ୍ତି ଜୀବନ ଫାସ ॥

ତ୍ରିଲୋଚନୀ ତୁମେ ଦଶଭୁଜା ତୁମେ
ଆଜି ଶୁଭୁନାହିଁ ତାଙ୍କ ଡ଼ାକ ।
ନାରୀ ହୋଇ ମଧ୍ୟ କେମିତି ସହୁଛ
କାହିଁକି ରହିଛ ମୁକ ॥

ଶଙ୍ଖ ଢୋଲ ବାଦ୍ୟେ ଘଣ୍ଟ, ଘଣ୍ଟା ନାଦେ
ତୁମେ. , ସ୍ନାନ କର ଗଙ୍ଗା ଜଳେ ।
ବିଚ୍ ବଜାରରେ ଦୁଷ୍କର୍ମ ନିଆଁ ରେ
ଏଠି, ନାରୀ ନାଚେ ଲୁହ ତାଳେ ॥

ସୁନା ରୁପା ଆଦି କେତେ ଅଳଙ୍କାର
କେତେ ନ ମଣ୍ଡିଛ ତୁମେ ।
ଇଜ୍ଜତ ଗହଣା ହରାଇ ପାଉଣା
ଆଜି, କଳଙ୍କି ନାରୀ ର ନାମେ ॥

ଏତିକି କରୁଛି ଗୁହାରି ତୁମକୁ
ଲେଖୁଛି କବିତା ହୃଦେ ।
ବିଶ୍ଵରୂପ ତୁମ ଦେଖାଅ ପାପୀ କୁ
ତୁମ ପାଇଁ ମୋର ପଦେ ॥"



ରଚନା : ଆଶ୍ରିତ୍ ମହାପାତ୍ର

ଠିକଣା : ଟାଙ୍ଗୀ, ଖୋର୍ଦ୍ଧା ଫୋନ ନମ୍ବର :