କବିତା - ଆହେ ବିଷ୍ଣୁ - ପ୍ରଣତି ମହାପାତ୍ର

0
ଅନ୍ଧାର ଭିତରେ ଅଣ୍ଡାଳୁଥିଲି ମୁଁ
ଆଲୋକର ଟିକେ କ୍ଷୀଣ ରେଖା,
ସଂଘର୍ଷ ସଂଗ୍ରାମ ଅବ୍ୟାହତ ଥିଲା
ଆଲୋକ ଦେଉ ନ ଥିଲା ଦେଖା।
ଅନେକ ଯନ୍ତ୍ରଣା କ୍ଲେଶ ମଧ୍ୟେ ଥାଇ
ଆଲୋକର ପଥ ଖୋଜି ଚାଲିଲି,
ଅମା ଅନ୍ଧକାର ଘୋର ଝଡ଼ ଘୁଞ୍ଚି
ଆଲୋକର ଶିଖା ମୁଁ ଦେଖିଦେଲି।
ଉଜ୍ଜ୍ୱଳଆଲୋକ ଶୁଭ୍ରାଲୋକେ ମୋତେ
ଦେଖି କିଛି ହେଲେ ଅସହିଷ୍ଣୁ,
ଭଲରେ ରଖାଇ ଦେବାକୁ ଦୁନିଆଁ
ଚାହେଁ ନାହିଁ କେବେ
ଆହେ ଦୟାମୟ ବିଷ୍ଣୁ ।


ରଚନା : ପ୍ରଣତି ମହାପାତ୍ର

ଠିକଣା : ଫକୀର ମୋହନ ନଗର, ବାଲେଶ୍ଵର, ଦୂରଭାଷ :


Post a Comment

0Comments
Post a Comment (0)