ଶିକ୍ଷା ଦୀକ୍ଷା ଆମ ଭାଷା,
ଯେ ଜନ ଭାଷଇ ଭାଷାର ସାଗରେ
ମେଣ୍ଟାଇ ଜୀବନ ତୃଷା ।
"ଭରାଫଳ ବୃକ୍ଷ ନଇଁ ନତମତ
ପ୍ରକୃତି କୋଳେ ପ୍ରଚାର,
ଓଡିଆ ମଧୁର ଜନ୍ମ ଭୂଇଁ ଭାଷା
ଆଦ୍ଯ କାଳରୁ ଆଧାର "।
"ଜଗତେ କରେ ଯେ ଭାଷାର ପ୍ରଚାର
ପୁଣ୍ୟ ମହାତ୍ମା ସେ ବୀର,
ଗାଆଁଠୁ ସହର ମମତା ତାହାର
ଯଶକୀର୍ତ୍ତି ଗାଏ ନର " ।
ମୋ ଭାଷା ଅକ୍ଷର କେଡେ ଚମତ୍କାର
ସାଧବବୋହୂ ଓଢଣୀ,
ବିନ୍ଦୁ ଠାରୁ ନେଇ ସିନ୍ଧୁ ପରିର୍ଯ୍ଯନ୍ତେ
କି ସୁନ୍ଦର ତା ଚାହାଣି ।
"ମୋ ଭାଷାରୁ ମିଳେ ଜେଜେ ବାପାଙ୍କର
ହାତର ବାଙ୍କୁଲି ବାଡ଼ି,
ଜେଜେ ମାଆଙ୍କର ହାତର କଙ୍କଣ
ସୁନା ଗହଣାର ପେଢ଼ି" ।
ମୋ ଭାଷାକୁ କିଏ ଫୁଲ ଫଳ ଦେଇ
ସଜାଇଲେ ମହୀଧାମେ ?
ସେ ରସକୁ ପାନ କରଇ ବିଦ୍ବାନ
ଆତ୍ମା ତୃପ୍ତି ଭାଷା ପ୍ରେମେ ।
ବେଦ ପତି ବ୍ରହ୍ମା ଲେଖିଲେ ଯତନେ
ଦେଇ କେତେ ଅଳଙ୍କାର,
ସୁନା ରୂପା ହୀରା ମୋତି ମାଣିକ୍ୟ କି
ସମ ହେବ ହୃଦେ ତା'ର ।
ଶଦ୍ଦ ଯୋଡ଼ି ଯୋଡ଼ି କଲମରୁ ରଢି଼
ଛାଡନ୍ତୁ ବୀରତ୍ଵ କବି,
ଦେଶଭକ୍ତି ଗୁଣ ଜାଗୃତ କରାଉ
କଲମ କାଳିର ଛବି ।
ତୋଷାମଦିଆ ଯେ ନଂପୁସକ ଅଟେ
ଭୀରୁ କାପୁରୁଷ ଗୁଣ,
ଆସ କବି ବନ୍ଧୁ ଲେଖି ଶଦ୍ଦ ସିନ୍ଧୁ
"ପରିଶୋଧ ମାତୃଋଣ" ।
0 Comments
You can write now your valuable comments here. Off-topic comments may be removed or deleted without prior notice.