ଚାଲ୍ ଫେରିଯିବା ସେ ଇଲାକା..!
ଅବିଶ୍ବାସ ଅନ୍ଧଗଳି ପାରି
ବିଶ୍ୱାସର ସ୍ୱର୍ଣାକ୍ଷର ଥିଲା ଯହିଁ ଲେଖା..!
ପ୍ରିତି ଫୁଲ ରୋଷଣିରେ ଝିଲମିଲ୍ ସମ୍ପର୍କ ଆମ
ମାଟିକାନ୍ଥ କୁଡିଆରେ ହୋଇଥିଲା ଅଙ୍କା..!
ଚାଲ୍ ଫେରିଯିବା ସେ ଇଲାକା..!!
ଚାଲ୍ ଫେରିଯିବା ସେ ଗାଆଁ..!
ଯେ ଗାଆଁର ଧୂଳି ମାଟି ପବନ
ଚାନ୍ଦ ଚାନ୍ଦିନୀ ପରୀ କାହାଣୀ ସବୁଠି
ଲେଖାଥିଲା ଖାଲି ଆମରି ନାଆଁ..!
ଅଳନ୍ଧୁ ଲଗା ଅତୀତ ଥାକରେ ସାଇତା
ସେ ବିଶ୍ବସ୍ତ ମଣିଷ ଆଉ ଆପଣାର ଆହାଃ..!
ଚାଲ୍ ଫେରିଯିବା ସେ ଗାଆଁ..!!
ଚାଲ୍ ଫେରିଯିବା ସେ ସମୟକୁ..!
ନିର୍ଭେଜାଲ୍ ପ୍ରେମ ରଙ୍ଗରେ ଲଙ୍ଗଳା ଦେହକୁ ଆମ
ଲତପତ୍ କରି ବୋଳିବାକୁ..!
ବାଇ ଚଢେଇର ସ୍ୱପ୍ନ ମହଲରେ
ରାଜା ରାଣୀ ଟିଏ ସାଜିବାକୁ..!
ଚାଲ୍ ଫେରିଯିବା ସେ ସମୟକୁ..!!
ଚାଲ୍ ଫେରିଯିବା ସେ ଯମୁନା
ଯେଉଁ ଯମୁନାର କୋଣେ ଅନୁକୋଣେ ଲେଖା
କବିତାର ମଧୂମୟ ମୂର୍ଚ୍ଛନା..!
ତୁ ତୁ ଆଉ ମୁଁ ମୁଁ ଠାରୁ ଖୁବ୍ ଦୂର
ଯହିଁ ନଥିଲା ତୁ'ତ୍ୱ ଆଉ ମୁଁ'ତ୍ୱ ର ଅସ୍ତିତ୍ବ ଠିକଣା..!
ଚାଲ୍ ଫେରିଯିବା ସେ ଯମୁନା..!!
ବାସ୍.. ଥିବା ଖାଲି ଆମେ
ଆମ ସାଥେ ଥିବ
ଦୟା ଶାନ୍ତି କ୍ଷମା ଏକତା'ର ଭରପୁର ପ୍ରେମ ଆଉ
ନିବିଡ ଝୁଲଣା..!
ଚାଲ୍ ଫେରିଯିବା ସେ ଯମୁନା
ଚାଲ୍ ଫେରିଯିବା..!!
■■■■■■■
ଶିବ ଚରଣ ମହାପାତ୍ର
ଚକ୍ରଧରପୁର:କେନ୍ଦୁଝର
ରଚନା : ଶିବ ଚରଣ ମହାପାତ୍ର
ଠିକଣା : ଚକ୍ରଧରପୁର, କେନ୍ଦୁଝର ଦୂରଭାଷ : 7008415245
Sent via Google Forms Email